Type Here to Get Search Results !

ବଲାଙ୍ଗୀରରେ ଜୋର ଧରିଛି ନିଶା କାରବାର

 

ବଲାଙ୍ଗିର :-

 ବଲାଙ୍ଗୀରରେ ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନ ତାତି ରହିଥିବା ବେଳେ ଅନ୍ୟପଟେ ନିଶା କାରବାର ଜୋର ଧରିଛି ବୋଲି ଜଣାପଡ଼ିଛି । ବଲାଙ୍ଗୀର: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ତାତି ଜୋର ଧରିଥିବା ବେଳେ ଏବେ ଏହାର ସୁଯୋଗ ନେଇ ନିଶା କାରବାର ମଧ୍ୟ ଚରମରେ ପହଞ୍ଚିଛି । ତେବେ ନିର୍ବାଚନକୁ ଏହି ନିଶା କାରବାର ବହୁଳ ଭାବରେ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଇଛି । ସେପଟେ ଏହାକୁ ଦୃଷ୍ଟିରେ ରଖି ପୋଲିସ ସବୁଠି ଚଢାଉ ଜାରି ରଖିବା ସହିତ ପୁରୁଣା ନିଶା ମାଫିଆଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ।

 ଆଜି ପୋଲିସ ଏକ ବଡ଼ କଫ ଶିରଫ୍ ସିଣ୍ଡିକେଟକୁ ଧରିବାରେ ସଫଳ ହୋଇଛି । ତେବେ ବଲାଙ୍ଗୀର ପଥରଚେପା ଗ୍ରାମ ନିକଟରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ବିପୁଳ ପରିମାଣର କଫ ସିରଫ ଜବତ କରିଛି । ସୂଚନା ଅନୁସାରେ ଏକ ଭ୍ୟାନରେ ବସ୍ତା ବୋଝେଇ ହୋଇ କଫ ସିରଫ ଚୋରା ଚାଲାଣ ହେଉଥିଲା । ତେବେ ପୋଲିସ ଏହାକୁ ଧରିବା ସହ ମୋଟ ୫ ହଜାର ୨୦୦ ବୋତଲ କଫ ସିରଫ ଜବତ କରିଛି ।

 ଯାହାର ବଜାର ମୂଲ୍ୟ 9 ଲକ୍ଷ ଟଙ୍କା ହେବ ଓ ଏହା ଝାଡ଼ଖଣ୍ଡରୁ ବେଆଇନ ଭାବରେ ବଲାଙ୍ଗୀରକୁ ଆସୁଥିଲା । ତେବେ ଏଥିରେ ପୋଲିସ କଫ ସିରଫ ମାଫିଆ ପାଟଣାଗଡ଼ ଲୁହସୀଙ୍ଗାର ଗୋଲୁ ଓରଫ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ, ମଘା ମରା ଗ୍ରାମର କ୍ଷମା ନିଧି ମେହେର ଓ ପାଟଣାଗଡ଼ ବାବାଜୀ ପଡ଼ାର ସୁରେଶ ଦାସକୁ ପୋଲିସ ଗିରଫ କରିଛି। ଏହା ସହ ୩ଟି ମୋବାଇଲ ଓ ଗୋଟିଏ ଭ୍ୟାନ ଗାଡ଼ି ଜବତ କରିଛି । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଗୋଲୁ ପୂର୍ବରୁ ମଧ୍ୟ ଏହି କାରବାରରେ ଜେଲରେ ଥିବା ବେଳେ ବର୍ତ୍ତମାନ ପରୋଲରେ ଆସି ପୁଣି ଏହି ବେଆଇନ ନିଶା ସିଣ୍ଡିକେଟ ଚଳାଇଥିବାର ବଲାଙ୍ଗୀରପୋଲିସ ସୂଚନା ଦେଇଛି । ନିର୍ବାଚନରେ ଯେମିତି ନିଶା କାରବାର ବନ୍ଦ ହେବ ତା' ପାଇଁ ବଲାଙ୍ଗୀର ପୋଲିସ ଉଦ୍ୟମ ଜାରି ରଖିଥିବା କହିଛି ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.