Type Here to Get Search Results !

ଭଦ୍ରକ ରାହାନ୍ଦିଆ ପଞ୍ଚାୟତରେ ବିକାଶ ମଞ୍ଚର ସଫଳତା। ସ୍ୱାଧିନ ପ୍ରାଥୀଙ୍କ ନାମଙ୍କନ ପରେ ନିର୍ଦ୍ବନ୍ଦରେ ବିଜୟୀ


ଭଦ୍ରକ :-

ଭଦ୍ରକ, ରାନ୍ଦିଆ ପଞ୍ଚାୟତ ଇଲେକ୍ସନ୍ ପାଇଁ ରାଜନୀତିକ ଉଷ୍ମତା ବଢିଚାଲିଛି ଏଥିରୁ ଭଦ୍ରକ ଜିଲ୍ଲା ବାଦ୍ ପଡ଼ିନାହିଁ। ଲୋକ ମାନଙ୍କ ସେବା ପାଇଁ ବହୁ ନେତା ନେତ୍ରୀ ଆଗେଇ ଆସିଛନ୍ତି। କିନ୍ତୁ ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାନ୍ଦିଆ ପଞ୍ଚାୟତରେ ପ୍ରମାଣିତ ହୋଇଛି ଲୋକ ମାନଙ୍କ ସେବା ପାଇଁ କୌଣସି ବଡ଼ ରାଜନୀତିକ ଦଳର ଆବଶ୍ୟକତା ନାହି। ଦଳୀୟ ଟିକଟ ରୁ ବଞ୍ଚିତ ପ୍ରାର୍ଥୀ ରାନ୍ଧିଆ ବିକାଶ ମଞ୍ଚ ପକ୍ଷରୁ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଯୁବ ନେତା ଅମିତ ମହାପାତ୍ର ନିଜକୁ ବହୁ ଦିନରୁ ଲୋକ ସେବାରେ ନିୟୋଜିତ କରିଆସିଛନ୍ତି। ତେଣୁ ଲୋକ ମାନଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ ନିଜ ପତ୍ନୀ ଶ୍ରୀମତୀ ସ୍ଵପ୍ନାରାଣୀ ରାଉତରାୟ ରାଜନୀତିକୁ ଟାଣିଆଣିଛି। ତେଣୁ ସ୍ୱାଧୀନପ୍ରାଥୀ ରୂପେ ରାହାନ୍ଦିଆ ପଞ୍ଚାୟତ ସରପଞ୍ଚ ପାର୍ଥ ରୂପେ ଶ୍ରୀମତୀ ସ୍ଵପ୍ନାରାଣୀଙ୍କ ସମେତ ଅନେକ ପ୍ରାର୍ଥୀ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ରାନ୍ଦିଆ ବିକାଶ ମଞ୍ଚର ବ୍ୟାନର ରେ ନିର୍ବାଚନ ପୂର୍ବରୁ ଅନେକ ପ୍ରାର୍ଥୀ ବାଜିମାତ ମାରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣା ଯାଇଛି କି ରାନ୍ଦିଆ ପଞ୍ଚାୟତରେ ନିର୍ଦ୍ବନ୍ଦରେ ଜିତିଲେ ୪ ୱାର୍ଡ ମେମ୍ବର । ମିତାରାଣୀ ଜେନା (ବରପଦା,ward-3) ,କନକ ଗୁରୁ (କରଣ୍ଟ, ward -5) ,ପାର୍ବତୀ ଲେଙ୍କା (ward-6) ଓ ପଦ୍ମାବତୀ ଜେନା (ରାନ୍ଧିଆ, ward - 14) । ଭଦ୍ରକ ରୁ ସେଖ ଅବଦୁଲ ଫିତର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.