Type Here to Get Search Results !

ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ସ୍ଥଗିତାଦେଶ ଦେଲେ ରାଜ୍ୟ ସରକାର



ଭୁବନେଶ୍ୱର :-
ଆସନ୍ତା ୩ ତାରିଖରୁ ଖୋଲିବାକୁ ଥିବା ପ୍ରଥମ ରୁ ପଞ୍ଚମ ଶ୍ରେଣୀ କୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର। ଓମିକ୍ରନ କୁ ନେଇ ସ୍ଵାସ୍ଥ୍ୟଗତ ସମସ୍ୟା ହୋଇ ପରେ ବୋଲି ଆଶଙ୍କା ନେଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗତ ଆଦେଶ ଅନୁଯାୟୀ ଆସନ୍ତା ୩ ତାରିଖ ସୋମବାର ଠାରୁ ୨୩ ହଜାର ବିଦ୍ୟାଳୟ ଖୋଲିବା ଥିଲା। ଏହାସହ ୩୦୯୩ ଟି ବିଦ୍ୟାଳୟ ଆସନ୍ତା ୧୦ ତାରିଖ ରୁ ଖୋଲିବା ଥିଲା। ତେବେ ବର୍ତ୍ତମାନ ଏହି ଆଦେଶ କୁ ସ୍ଥଗିତ ରଖାଯାଇଛି। ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯଥାବତ ଚାଲୁ ରହିବ । ଅନ୍ୟ ପକ୍ଷରେ ୧୦ ଶ୍ରେଣୀ ର ପ୍ରଥମ ସେମେଶିଭ ପରୀକ୍ଷା ଆସନ୍ତା ୫ ରୁ ୮ ତାରିଖ ପର୍ଯ୍ୟନ୍ତ ସାମାଜିକ ଦୂରତା ସହ କରାଯିବା ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଭାଗୀୟ ପଦାଧିକାରୀ ଙ୍କ ମତାମତ ନିଆଯାଇ ଏହି ପଦକ୍ଷେପ ଗ୍ରହଣ କରିଥିବା ଟୁଇଟର ମାଧ୍ୟମରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.