ବଲାଙ୍ଗିର :-
ବଲାଙ୍ଗୀର ରାଜ୍ୟରେ ୫୦% ରୁ ଲୋକ ହେଉଛନ୍ତି ପଛୁଆ ବର୍ଗର । କିନ୍ତୁ ସ୍ୱାଧିନତା ପର ଠାରୁ ପଛୁଆ ବର୍ଗର ଲୋକମାନେ କ୍ରମାଗତ ଭାବରେ ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହେଉଛନ୍ତି । ଉପା ସରକାର ଦେଇଥିବା ପଛୁଆ ବର୍ଗର ଜଳଗଣନା ରିପୋର୍ଟକୁ ବର୍ତ୍ତମାନର କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି । ରାଜ୍ୟ ସରକାର ଆହୁରି ଦୁଇ ପାଦ ଆଗକୁ ଯାଇ ବର୍ତ୍ତମାନ ସେମାନଙ୍କୁ ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ରାଜନୈତିକ ସଂରକ୍ଷଣରୁ ସମ୍ପୁର୍ଣ୍ଣ ଭାବରେ ବାଦ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସରକାରମାନେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଦାବି ଉପସ୍ଥାପନ କରିବା ସମସ୍ତ ରାସ୍ତା ବନ୍ଦ କରିଦେଉଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁଙ୍କ ନେତୃତ୍ୱରେ ଓବିସିଙ୍କୁ ସଂରକ୍ଷଣହୀନ କରିବା ପ୍ରତିବାଦ ଏବଂ ବିକ୍ଷୋଭ ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ସରକାର ସବୁ କ୍ଷେତ୍ରରେ ଫେଲ ମାରିଛି । ସରକାରରେ ଖୋଦ୍ ମନ୍ତ୍ରୀ ଥିବା ଦିବ୍ୟ ଶଙ୍କର ମିଶ୍ର ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସତ୍ତ୍ୱେ ସରକାର ତାଙ୍କୁ ବରଖାସ୍ତ କରୁନାହିଁ । କେବଳ ଏହା ଗୋଟିଏ ନୁହେଁ ଏହି ସରକାରର ଅନେକ ମନ୍ତ୍ରୀ ବିଭିନ୍ନ ପ୍ରକାର ନାରୀ ନିର୍ଯ୍ୟାତନା ବ୍ୟବିଚାର ହତ୍ୟାକାଣ୍ଡ ଭଳିଆ ଜଘନ୍ୟ ଷଡଯନ୍ତ୍ରମାନଙ୍କରେ ଲିପ୍ତ ଅଛନ୍ତି । ଦରଦାମ ବୃଦ୍ଧି ରେ ଲଗାମ ଲଗାଇ ପାରୁନାହାନ୍ତି । ଝାରଖଣ୍ଡ ସରକାର ପେଟ୍ରୋଲ ଉପରୁ ସେଠାକାର ଦୁଇ ଚକିଆ ଗାଡି ମାଲିକଙ୍କ ପାଇଁ ଯେପରି ୩୨ ଟଙ୍କାର ସବ୍ସିଡି ପେଟ୍ରୋଲ ଉପରେ ଦେଇଛନ୍ତି ତଦନୁରୁପ ଓଡିଶା ସରକାର ମଧ୍ୟ ସେହି ସବ୍ସିଡି ଲାଗୁ କରନ୍ତୁ ଏବଂ ତା ସହ ରାଜ୍ୟର କୃଷକମାନଙ୍କ ପାଇଁ ଡିଜେଲର ଦାମରେ ସବ୍ସିଡି ଘୋଷଣା କରନ୍ତୁ ବୋଲି ନିଜ ବକ୍ତବ୍ୟରେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ଲକ୍ଷ୍ମୀ ଶବର, ଆରତିପ୍ରିତି ନାଗ, ନାଇନି ବେଗମ, ମିରା ମଣ୍ଡଳ, ଲଳିତ ସାହୁ, ମମତା ଚିଣ୍ଡା, ସନ୍ତୋଷିନୀ ରାଉତ, ଅନ୍ନପୂର୍ଣ୍ଣା ବଢିଆ, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା , ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ବୁଲୁ ଦାନି, ଅଙ୍କିତ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କୁ ଓବିସି ସଂରକ୍ଷଣ ନିତି ବିରୁଦ୍ଧରେ ତଥା ନାରି ନିର୍ଯ୍ୟାତନା, ଦରବୃଦ୍ଧି କୁ ନେଇ ତିବ୍ର ସମାଲୋଚନା କରିଥିଲେ । ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବଲାଙ୍ଗିର ଉପଜିଲ୍ଲାପାଳ ଅନନ୍ତ ସିଂ ଲାଗୁରି ଙ୍କୁ ପ୍ରଦାନ କରାଯାଇଥିଲା ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
