Type Here to Get Search Results !

ଅଭିନେତା ମିହିର ଦାସ ଅସୁସ୍ଥ

 

ଭୁବନେଶ୍ୱର :-

ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଗତ କିଛି ଦିନ ଧରି ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତମାନ ତାଙ୍କୁ ଆଇସିୟୁ ରେ ରଖାଯାଇଥିବା ସୂଚନା ମିଳିଛି। ତାଙ୍କୁ ଗତ ୭ ତାରିଖରେ ଭର୍ତି କରାଯାଇଥିବା ବେଳେ ଆଜି ଅବସ୍ଥା ଗୁରୁତର ହେବାରୁ ଆଇସିୟୁ ରେ ରଖାଯାଇଥିବା ସୂଚନା ମିଳିଛି। 

ଅଭିନେତା ମିହିର ଦାସ ଅନେକ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରି ସଭିଙ୍କ ଅତି ପ୍ରିୟ ଭାଜନ ହୋଇପାରିଛନ୍ତି। ଓଲିଉଡ଼ ର ମହାନ୍ କଳାକାର ମଧ୍ୟରେ ମିହିର ଅନ୍ୟତମ। ମୟୂରଭଞ୍ଜ ଜିଲ୍ଲାର ମିହିର ଦାସ ନିଜ ଅଭିନୟ  ଦ୍ଵାରା  ଓଲିଉଡ଼ ତଥା ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ଖ୍ୟାତି ତଥା ପୁରସ୍କାର ଲାଭ କରିଛନ୍ତ। 

ତେବେ କିଛିଦିନ ଧରି ସେ କିଡନୀ ରୋଗ ରେ ଆକ୍ରାନ୍ତ ହୋଇ ସପ୍ତାହ କୁ  ଦୁଇଥର ଡାଇଲିଶିସ କରୁଥିବା ବେଳେ ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁ କୁ ନିଆ ଯାଇଛି। ବର୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣା ପଡ଼ିଛି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ


Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.