ଗଜପତି :-
ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଜପତି ଜିଲ୍ଲା ନୂଆଁଗଡ ଫରେଷ୍ଟ ବିଟ୍ ଫରେଷ୍ଟର ଗଣେଶ ପ୍ରଧାନ। ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଶ୍ରୀ ପ୍ରଧାନ ଙ୍କ ବିଭିନ୍ନ ସ୍ଥାନ ରେ ଥିବା ଘର, ଓ ଅଫିସ ରେ ଦୁଇଜଣ ଭିଜିଲାନ୍ସ DSP ଓ ୫ ଜଣ ଭିଜିଲାନ୍ସ ଇନ୍ସପେକ୍ଟର ସହ ଚଢାଉ କରା ଯାଇଥିଲା।
ଚଢାଉ ସ୍ଥାନ ଗୁଡିକ ହେଲା - ପାରଳାଖେମୁଣ୍ଡି ରେ ଥିବା ଭଡାଘର, ହରିଶ୍ଚନ୍ଦ୍ର ପୁର ରେ ଥିବା ପୈତୃକ ଘର, ଆନ୍ଧ୍ର ପ୍ରଦେଶ ର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପଥାପାତ୍ନମ ସ୍ଥିତ ଦୁଇ ମହଲା ଘର, ନୂଆଁ ଗଡ ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ। ଭିଜିଲାନ୍ସ ସ୍ପିସିଆଲ କୋର୍ଟ, ବ୍ରହ୍ମପୁର ଙ୍କ ଆଦେଶ କ୍ରମେ ଏହି ଚଢାଉ ହୋଇଥିବା ଜଣା ପଡ଼ିଛି। ତେବେ ଖବର ଆସିବା ପର୍ଯ୍ୟନ୍ତ ସମ୍ପତ୍ତି ଆକଳନ ହୋଇ ପାରିନଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ
