ବଲାଙ୍ଗିର :-
ଦୀର୍ଘ ୬୦ ବର୍ଷ ଧରି ସାମ୍ବାଦିକତା, କଳା, ଅଭିନୟ, ସାରସ୍ୱତ ସାଧନା କ୍ଷେତ୍ରରେ ସକ୍ରିୟ ରହିଥିବା ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ କଳାକାର, ସଂସ୍କୃତି ଗବେଷକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆଜି ସମୂହ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପବିତ୍ର ଗଙ୍ଗା ଶ୍ରାଦ୍ଧ ଅବସରରେ ଜିଲ୍ଳା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୁଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବକ୍ତାଗଣ ସ୍ୱର୍ଗତ ବେହେରାଙ୍କ ବହୁମୁଖୀ ପ୍ରତିଭା, ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋଚନା କରି ତାଙ୍କୁ ଭାବ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବଲାଙ୍ଗିର ଜିଲ୍ଲାବାସୀଙ୍କ ଦୁଃଖ ଏବଂ ଦାବୀ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ସତ୍ୟନାରାୟଣଙ୍କ ରହିଥିବା ନିଚ୍ଛକ ପରାକାଷ୍ଠା ସମ୍ପର୍କରେ ବକ୍ତାମାନେ ମତ ରଖିଥିବା ବେଳେ ତାଙ୍କ ସ୍ନେହ ଓ ଶ୍ରଦ୍ଧା ମାନବ ସମାଜରେ ସବୁଦିନ ଜୀବନ୍ତ ହୋଇ ରହିବ ବୋଲି କହିଥିଲେ । ସଂଘର ସାଧାରଣ ସମ୍ପାଦକ ବଳରାମ ମିଶ୍ର, ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ, ସାଙ୍ଗଠାନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ସୁବାସ ଚନ୍ଦ୍ର ପଣ୍ଡା, ଗୋପବନ୍ଧୁ ଶତପଥି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ଶ୍ରୀକର ମିଶ୍ର, ‘ପ୍ରତିଦିନ’ର ସମ୍ପାଦକ ସୁଧିର କୁମାର ପଣ୍ଡା, ଅର୍କେଶ ନାରାୟଣ ସିଂହଦେଓ, ସନ୍ତୋଷିନୀ ବେହେରା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଲକ୍ଷ୍ମଣ କୁମାର ପଣ୍ଡା, ଲକ୍ଷ୍ମଣ ମେହେର, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ପୂର୍ଣ୍ଣଚନ୍ଦ୍ର ପଶାୟତ, ଭାଗିରଥି ମିଶ୍ର, ସୁଧିର ମିଶ୍ର, ପ୍ରତାପ ରଥ, ଜୟରାମ ମିଶ୍ର, ଘଟେଶର ମିଶ୍ର, ଦିପକପୁରୋହିତ, ରଘୁନନ୍ଦନ ସିଂ, ଧନଞ୍ଜୟ ମିଶ୍ର, ରାଜେନ୍ଦ୍ର ପାଣିଗ୍ରାହୀ, ନବକିଶୋର ବେହେରା,ନଵିନ ପଶାୟତ ବିମଲେନ୍ଦୁ ସାହୁ ଅନ୍ତର୍ୟାମି ସାହୁ ଶଚି ଵଗର୍ତି ଙ୍କ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ ‘ନିଷ୍କାମ କର୍ମଯୋଗୀ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ସଭା ପରିଚାଲନା କରିଥିଲେ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର । ଏହି ସମାରୋହରେ ପୂର୍ବତନ ବିଧାୟକ ରମାକାନ୍ତ ସେଠ, ପଦ୍ମଚରଣ ଆଚାର୍ଯ୍ୟ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ପ୍ରଭାକର ମିଶ୍ର, ଜୀବନ କୁମାର ପୁରୋହିତ, ଅଭିଲାସ ହୋତା, ସୁଶାନ୍ତ ବାରିକ, ବୁନ୍ଦାବନ ବରାଲ, ଗୋପାଲି ପାଣିଗ୍ରାହୀ ଓ ଡ. ସୁଜିତ କୁମାର ପୃଷେଠ୍ ଉପସ୍ଥିତ ଥିଲେ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
