Type Here to Get Search Results !

ଧବଳେଶ୍ଵର ଗ୍ରାମୀଣ ହାଟ ଓ ଚାଁଇପୁରଠାରେ ନୂତନ ପଞ୍ଚାୟତ ଗୃହ ଲୋକାର୍ପଣ



ଡେଲାଙ୍ଗ :-

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର ଗ୍ରାମ ପଞ୍ଚାୟତର ଦନାପଡାଠାରେ ଶନିବାର ଧବଳେଶ୍ଵର ଗ୍ରାମୀଣ ହାଟ ଓ ଚାଁଇପୁରଠାରେ ନୂତନ ପଞ୍ଚାୟତ ଗୃହ ଲୋକାର୍ପଣ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସୂଚନା ଆୟୋଗର ପୂର୍ବତନ କମିଶନର ଜଗଦା ନନ୍ଦ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ଛୋଟରାୟ ଯୋଗଦାନ କରିଥିଲେ,ସମ୍ମାନିତ ଅତିଥି ରୂପେ ଡେଲାଙ୍ଗ ପିପିଲି ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସୂଜନପୁର ପଞ୍ଚାୟତ ସରପଞ୍ଚ ପ୍ରୀୟମ୍ବଦା ରାଉତରାୟ, ଡକ୍ଟର କ୍ଷେତ୍ରବାସୀ ପ୍ରଧାନ, ଆଇନଜୀବୀ ସୁବାଷ ପରିଡା, ସମବାୟ ସମିତି ବୈରାଗୀ ଜେନା, ଆଇନଜୀବୀ ଅନୁପ ପରିଡା, ସମାଜିକ କର୍ମୀ ସଞ୍ଜୟ ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଥମେ ଦନାପଡାଠାରେ ଧବଳେଶ୍ଵର ଗ୍ରାମୀଣ ପଞ୍ଚାୟତ ହାଟ ଏବଂ ପରେ ଚାଁଇପୁରଠାରେ ଗୋପବନ୍ଧୁ ଭବନ ପଞ୍ଚାୟତ ନୂତନ ଗୃହକୁ ଅତିଥିମାନଙ୍କ ଦ୍ଵାରା ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଙ୍କ ସଭାପତିତ୍ଵରେ ଆମ ପଞ୍ଚାୟତ ଆମ ସ୍ୱପ୍ନ ଶୀଷର୍କ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ପଞ୍ଚାୟତର ବିକାଶ ସହ କୋଭିଡ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା, ଶିଶୁ ଓ ମହିଳାଙ୍କୁ ରକ୍ତହୀନତା ଓ ପୃଷ୍ଠିହୀନତାରୁ ସୁରକ୍ଷା ଦେବା ନେଇ ପ୍ରାକ୍ତନ ସୂଚନା ଅଧ୍ୟକ୍ଷ ଶ୍ରୀ ଜଗଦା ନନ୍ଦ ଆରୋପ କରିଥିଲେ । ପଞ୍ଚାୟତର ପାଞ୍ଚ ଜଣ ହିତାଧିକାରୀଙ୍କୁ ଜବ କାର୍ଡ ବଣ୍ଟନର ଶୁଭାରମ୍ଭ ସହିତ କାର୍ଯ୍ୟରତ ସାମ୍ବାଦିକ, ସାହିତ୍ୟକ, ଶିକ୍ଷାବିତ, ନାଟ୍ୟକାର, ମୂର୍ତ୍ତି କାରିଗର, ବରିଷ୍ଠ ନାଗରିକ, ପ୍ରବଚକ, ସମାଜସେବୀ, ଗାଁ ସାଥୀ, ଆଇନଜୀବୀ, ୱାର୍ଡ ସଭ୍ୟ ଆଦି ୨୭୦ ଜଣକୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ସରପଞ୍ଚଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସମସ୍ତେ ଭୂୟସୀ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା, ପୁରୁଷ ଓ ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ । ଶେଷରେ ସରପଞ୍ଚ ଶ୍ରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ପୁରୀ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.