କେନ୍ଦ୍ରାପଡ଼ା :-
ସୋମବାର ସନ୍ଧ୍ୟାରେ ଉତ୍କଳ ଆଶ୍ରମ ସଭାଗୃହରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲେଖକ ରାଧାଚରଣ ନାୟକଙ୍କ ଭାବନାରୁ ଲିଖିତ ପୁସ୍ତକ " ମୁକ୍ତିର ମନ୍ଦାକିନୀ " ର ଲୋକାର୍ପଣ ଉତ୍ସବ ରେ ଅନେକ କବି ,କବୟିତ୍ରୀ ,ଲେଖକ ,ଲେଖିକା ,ବୁଦ୍ଧିଜୀବୀ ,ସମାଜ ସେବୀ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ମୁକ୍ତିର ମନ୍ଦାକିନୀ ପୁସ୍ତକ ର ଲେଖକ ରାଧାଚରଣଙ୍କ ବୋହୂ ,ଝିଅ ,ପୁଅ ଦେବପ୍ରସାଦ ନାୟକ , ଦୀନବନ୍ଧୁ ଶ୍ରିପଲ୍ଲବ ,ଉଦ୍ଦଘାଟକ କବି ଡଃ. କୈଳାସ ଚନ୍ଦ୍ର ତ୍ରିପାଠୀ ,ସଭାପତି ପ୍ରଫେସର ବିଶ୍ନୁଚରଣ ଚୌଧୁରୀ ,ଙ୍କ ସମେତ ସମ୍ମାନିତ ଅତିଥି ଭାବେ "ନବୀନ"ର ସଂପାଦକ ରବି ରଥ ,ମୁଖ୍ୟବକ୍ତା ଭାବେ ଡଃ. ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓ ସମୀକ୍ଷକ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡଃ. କୁଳମଣି ଓଝା ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ାରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ
