Type Here to Get Search Results !

ଆମ୍ ଆଦମୀ ପାର୍ଟି ର ବିକ୍ଷୋଭ ପ୍ରଦର୍ଶନ

 

ପୁରୀ: -

ପୁରୀ ମାଳତୀ ପାଟପୁର ବସ ଷ୍ଟାଣ୍ଡ ନିକଟସ୍ଥ ବ୍ରିଜ(କାଠପୋଲ) ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ (NH-୩୧୬)ରେ ଦୀର୍ଘ ଦିନ ଧରି ଯାତାୟତରେ ବ୍ୟାଘାତ ସୃଷ୍ଟି ହେବା ସହିତ ବାରମ୍ବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅନେକ ମୂଲ୍ୟବାନ ଜୀବନ ହାନି ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏବଂ ରାଜ୍ୟ ବାହାରୁ, ଦେଶ ବିଦେଶରୁ ପୁରୀକୁ ଆସୁଥିବା ପର୍ଯ୍ୟଟକ ବିଶେଷ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଦୁର୍ଘଟଣାର ଶିକାର ହେଉଛନ୍ତି। ପୁରୀ ସହରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ରୂପେ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ନିରନ୍ତର ପ୍ରାୟସ କରୁଛି ବୋଲି ପ୍ରଚାର କରୁଥିବା ବେଳେ ପର୍ଯ୍ୟଟକ ମାନଙ୍କ ଯାତାୟାତ ଏବଂ ଜୀବନ ସୁରକ୍ଷାରେ ଅବହେଳା ଉଭୟଙ୍କ ଆନ୍ତରିକତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘରୋଇ ସଂସ୍ଥାକୁ ଠିକା ଦେଇ NHAI ଚୁପଚାପ ବସି ରହିଥିବା ବେଳେ ସରକାର ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ବିହିତ ପଦକ୍ଷେପ ନନେବାରୁ ନିରୀହ ଲୋକମାନଙ୍କୁ ଜୀବନ ହରାଇବାକୁ ପଡୁଛି। ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ଏହି ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀର ମନେକରି ସାଧାରଣ ନାଗରିକ ଏବଂ ପର୍ଯ୍ୟଟକଙ୍କ ସହଜ ଓ ସୁରକ୍ଷିତ ଯାତାୟାତ ନିମନ୍ତେ ଉକ୍ତ ବ୍ରିଜର ମରାମତି/ପୁନଃନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହିତ ନିମ୍ନ ଲିଖିତ ଦାବି ନେଇ ଆଜି ୨୪/୧୨/୨୧ ତାରିଖ ଦିନ ବ୍ରିଜ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ସମ୍ପୃକ୍ତ NHAI ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଅଛି। ସମସ୍ୟାର ଶୀଘ୍ର ସମାଧାନ ନହେଳେ ଜନ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ ବୋଲି ପାର୍ଟି ଜିଲ୍ଲା ଆବାହକ ସଂଜୀବ ମହାନ୍ତି ବକ୍ତ୍ୟବ ରଖିଛନ୍ତି। 



ଏହି ବିକ୍ଷୋଭ ପ୍ରଦର୍ଶନ ରେ ପାର୍ଟି ର ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି , ସମ୍ପାଦକ ବଶିଷ୍ଠ ରଥ , ସାମାଜିକ କର୍ମୀ ପବିତ୍ର ମୋହନ ଦଳାଇ , ମିଡିଆ ସଂଯୋଜକ ସମୀର ସାମନ୍ତରାୟ , ସାମାଜିକ ମିଡିଆ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି, ପ୍ରକାଶ ପ୍ରଧାନ , ଅଭିଷେକ ପାଣିଗ୍ରାହୀ , ମୋହନ କୁମାର , ଶୋଭନ ବାରିକ , ବିରଜା ପ୍ରସାଦ ନାଥ , ଅନୀଲ କୁମାର ସେନାପତି , କାର୍ତ୍ତିକ , ରବି, ଦେବ ପଧାନ ପ୍ରମୁଖ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆମ୍ ଆଦମୀ ପାର୍ଟି ପକ୍ଷରୁ ଦାବି ଗୁଡ଼ିକ ହେଲା :-

(୧) ବ୍ରିଜର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରାଯାଉ।

(୨) ମରାମତି/ନିର୍ମାଣ କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଟ୍ରାଫିକ ପୋଷ୍ଟ ସ୍ଥାପନ କରି ଯାତାୟତ ନିୟନ୍ତ୍ରଣ କରାଯାଉ।

(୩) ଅସ୍ଥାୟୀ ଟ୍ରାଫିକ ୱାର୍ନିଗ ସିଗ୍ନାଲ ଲାଇଟ ଲଗାଯାଇ ଦୂରରୁ ସତର୍କ କରିବା ବ୍ୟବସ୍ଥା କରାଯାଉ।

(୪) ଏହା ଅତି ପୁରାତନ ବ୍ରିଜ ହୋଇଥିବାରୁ ପରିବହନ ଓ ଯାତାୟତ ସୁରକ୍ଷା ଦୃଷ୍ଟିରୁ ନୂଆ କରି ପୁନଃନିର୍ମାଣ କରାଯାଉ। 

ପୁରୀ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.