Type Here to Get Search Results !

ଗୁଡିସୂତା ନେଇଗଲା ଜୀବନ, ସ୍ତ୍ରୀ ସାମ୍ନାରେ ସ୍ୱାମୀର ମୃତ୍ୟୁ

 


କଟକ :-

କଟକ ଜଗତପୁରରେ ଅଭାବନୀୟ ଘଟଣା । ମାଞ୍ଜା ଗୁଡି ସୂତାରେ କଟିଗଲା ବେକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ।

କଟକ ଜଗତପୁର ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ବେଳେ ମୃତ ଯୁବକ କଟକ ଭୟରପୁର ଅଞ୍ଚଳର ଜୟନ୍ତ ସାମଲ ବୋଲି ଜଣାପଡ଼ିଥିଲା ।ରାଜମିସ୍ତ୍ରୀ ଓ ସେଣ୍ଟ୍ରିଂ ମିସ୍ତ୍ରୀ କାମ କରୁଥିବା ଭୟରପୁରର ଜୟନ୍ତ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବାଇକ୍‌ରେ ପତ୍ନୀଙ୍କୁ ନେଇ କଟକର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ତେବେ ପୀରବଜ଼ାରର ପରିବର୍ତ୍ତନ ଡ୍ରେସ୍‌ ଦୋକାନ ସମ୍ମୁଖ ରାସ୍ତାରେ ଏକ ଗୁଡ଼ିର ମାଞ୍ଜାସୂତା ତାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା। ସୂତାଟି ଅତି ଶକ୍ତ ଓ ଧାରୁଆ ଥିବାରୁ ସେଥିରେ ଜୟନ୍ତଙ୍କ ବେକ କଟିଯାଇଥିଲା। ଏତେ ତୀବ୍ର ଗତିରେ ଏହା ହୋଇଥିଲା ଯେ ଜୟନ୍ତ ଭାରସାମ୍ୟ ହରାଇଥିଲେ ଓ ସ୍ବାମୀ-ସ୍ତ୍ରୀ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ଉଦ୍ଧାର କରି ଜଗତପୁରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜଗତପୁର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡିକାଲ୍‌କୁ ପଠାଇବା ସହ ମୃତକଙ୍କ ପରିବାରର ଅଭିଯୋଗ ପରେ ଗୁଡ଼ି ଉଡ଼ାଉଥିବା ଯୁବକଙ୍କୁ ଖୋଜାଖୋଜି କରିଛି। ଦୁର୍ଘଟଣା ଘଟାଇଥିବା‌ ଗୁଡ଼ିର ମାଞ୍ଜାସୂତାକୁ ପୁଲିସ ଜବତ କରିବା‌ ସହ ପୀରବଜାର ଖ୍ବାଜାନଗର ଅଞ୍ଚଳର ଜଣେ ନାବାଳକକୁ ଡାକି ପଚରାଉଚରା କରିଥିଲା।

କଟକ ରୁ ପ୍ରକାଶ ସ୍ୱାଇଁ ଙ୍କ ରିପୋର୍ଟ

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.