Type Here to Get Search Results !

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ୧୧ତମ ସହିଦ ଦିବସ ପାଳିତ



ପଦ୍ମପୁର :-

ଡିସେମ୍ବର ୨୭  ତାରିଖ ଦିନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କର୍ମୀ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଦୁଇ କର୍ମୀଙ୍କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସହିଦ ଘୋଷଣା କରିଥିଲେ । ସେହି ଦିନ ଠାରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସହିଦ ଦିବସ ପାଳନ କରି ଆସୁଛି । ଆଜି ପାଇକମାଲ ବ୍ଲକ ଟେମରୀ ଗ୍ରାମର ସହିଦ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ୧୧ତମ ସହିଦ ସ୍ତମ୍ବ ଠାରେ ପୂର୍ବତନ ଆବାହକ ଶ୍ରୀ ରାହାସ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞୀଳି ସଭା ଅନୁଷ୍ଠିତ ହୋଇ ଯାଇଥିଲା । ପ୍ରଥମେ ସହିଦ ସ୍ତମ୍ବ ଠାରେ ସ୍ବର୍ଗତ ରମେଶ ସାହୁଙ୍କ ମାଁ ଦୀପ ପ୍ରଜ୍ମଳନ ଓ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରିଥିଲେ । ସହିଦ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଶ୍ରୀ ଧିରେନ ମହାନ୍ତି,ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ,ପୂର୍ବତନ ସରପଞ୍ଚ ଶ୍ରୀ ଡମ୍ବରୁଧର ରଣା,ଶଙ୍କର୍ଷଣ ପଣ୍ତା,ଚୁଡାମଣି ପାଣିଗ୍ରାହୀ,ଧବଳେଶ୍ଵର ବରିହା,ସମାରୁ ଠାକୁର,ତୁକାରାମ ଠାକୁର,ମମତା ସାହୁ,କୌଲାସ ଦିଶ୍ରୀ,ବନବାସି ସାହୁ ପ୍ରମୁଖ ଉପସ୍ଥିତ ରହି ସହିଦ ମାଧବ ସିଂ ଠାକୁର ଓ ତାଙ୍କ ସହଯୋଗୀ ରମେଶ ସାହୁଙ୍କ ପୁଷ୍ପମାଲ୍ଯ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ଶେଷରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ସଂପାଦକ ଶ୍ରୀ ଦୁର୍ଯ୍ଯୋଧନ ପୁଟା ଶ୍ରଦ୍ଧାଞୀଳି ଅର୍ପଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.