Type Here to Get Search Results !

ଆଦିବାସୀ ଜମି ଖରିଦ ବିକ୍ରୀର ଗଳାବାଟ ବନ୍ଦ କରାଯାଉ - ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା


ଝାରସୁଗୁଡା :- 

ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଝାରସୁଗୁଡା ଜିଲ୍ଲା ଆୟୋଜନ ସମିତିର ବାର୍ଷିକ ସାଧାରଣ ସଭା କାପୁମାଲ ଗୋଁଣ୍ଡ ଭବନଠାରେ ଜିଲ୍ଲା ସଭାପତି ଡ଼ମ୍ୱରୁଧର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପେଶା ଆଇନ ଲାଗୁ କରିବା ପାଇଁ ସରକାରଙ୍କ ପାଖରେ ପୁଣି ଦାବି ଉପସ୍ଥାପନ କରାଯିବ।ରାଜ୍ଯରେ ପେସା ଆଇନ୍ ଲାଗୁକରିବା ପାଇଁ ୨୦୧୫ରେ ଝାରସୁଗୁଡାରେ ହୋଇଥିବା ମହାସଭାର ରାଷ୍ଟ୍ରୀୟ ଅଧିବେଶନରୁ ଦାବିକରି ଆସୁଅଛି I ପେଶା ଆଇନ ଆଦିବାସୀ ମାନଙ୍କର ସୁରକ୍ଷା କବଚ ବୋଲି ଗୋଁଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ କହିଛନ୍ତି। ଓଡିଶା ସରକାର ପେଶା ଆଇନର ନିୟମ ବିଧି "ଅନୁସୁଚିତ ଅଞ୍ଚଳରେ ପଞ୍ଚାୟତୀରାଜ ବ୍ୟବସ୍ଥI" ପୁସ୍ତକ ପେଶା ଆଇନ ୧୯୯୬ ଓଡିଶା ସରକାରଙ୍କ ପଞ୍ଚାୟତୀରାଜ ବିଭାଗ ଅନ୍ତର୍ଗତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନଙ୍କ ଦ୍ଵାରା ଛପା ସରିଛି। ସେଥିପାଇଁ ମହାସଭା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଉଛି। ଏହାକୁ ଶିଘ୍ର ଆଇନରେ ପରିଣତ କରନ୍ତୁ ବୋଲି ମହାସଭା ଦାବି ଜଣାଉଛି। ଝାରସୁଗୁଡା ଜିଲ୍ଲାର ଆଦିବାସୀ ମାନେ ଜିଲ୍ଲା ପ୍ରଶାସନ ଓ ଦଲାଲ ଟାଉଟର ମାନଙ୍କ ଷଢ଼ଯନ୍ତ୍ରରେ ବହୁ ଶୀଘ୍ର ଭୂମି ହିନ ହେବେ। ଦଲାଲ ମାନଙ୍କ ଦ୍ବାରା ଆଦିବାସୀ ଜମି ଗଳାବାଟ ଦେଇ ସାଧାରଣ ବର୍ଗଙ୍କୁ ହସ୍ତାନ୍ତର ହେବାକୁ ଲାଗିଛିI ତାକୁ ରୋକିବା ପାଇଁ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଯେଉଁ ଆଦିବାସୀ ଜମି ଆଦିବାସୀ ନାମରେ କିଣା ହୋଇଛି ତାକୁ ସାଧାରଣ ବର୍ଗଙ୍କୁ ବିକିବା ପାଇଁ ପରମିଶନ ନଦେବା ନିମିତ୍ତ ଜିଲ୍ଲାପାଳଙ୍କୁ ଆବେଦନ କରୁଅଛୁ । ଏହା ବ୍ୟତୀତ ଏହାର ତନଖି ପାଇଁ ଆଦିବାସୀ ସମାଜକୁ ଜମି ରେଜିଷ୍ଟ୍ରେସନ ଅଫିସରେ ବସିବା ପାଇଁ ଅନୁମତି ଦିଆଯାଉ। ପୁଣି ଯେଉଁ ଆଦିବାସୀ ମାନଙ୍କୁ ଗଳାବାଟ ଭାବରେ ବ୍ୟବହାର କରାଯାଉଛି ଓ ତାଙ୍କ ନାମରେ ଜମି କିଣା ହୋଇଛି ସେ ଜମି ନବିକିବା ପାଇଁ ପ୍ରବର୍ତ୍ତI ଯାଉ I ଏହା ସତ୍ତ୍ୱେ ଯଦି ସେ ଜମି ଅନୁମତି ନେଇ ସାଧାରଣ ବର୍ଗଙ୍କୁ ଗଳାବାଟ ଦେଇ ବିକ୍ରି କରେ ତାହାହେଲେ ସଂପୃକ୍ତ ଆଦିବାସୀ ବ୍ୟକ୍ତିଙ୍କ ବିରୋଧରେ ସାମାଜିକ କଟକଣା ଲାଗୁହେବ।ଜଣେ  ଭଗବାନ ଓରାମଙ୍କ ୧. ୪୦ ଏକର ମୂଲ୍ୟବାନ ଜମିକୁ ବେନିୟବେନିୟମ ଭାବରେ ଖରିଦ କରିଥିବା ବାବଦରେ ହୋଇଥିବା କେଶକୁ ଦୀର୍ଘ ଚାରି ବର୍ଷ ହେଲା ଉପଜିଲ୍ଲାପାଳ ଶିବ ଟପ୍ପୋ ପକେଇ ରଖିଛନ୍ତି। ଏହା ଆଦିବାସୀ ମାନଙ୍କ ପ୍ରତି ଘୋର ନିଷ୍ଠୁରତା। ଅନ୍ୟ ପକ୍ଷରେ  ସମାନ କିଣା ବିକା ହୋଇଥିବା ଆଦିବାସୀ ଜମି ସ୍ଵର୍ଗତ ପ୍ରଧାନଙ୍କ ମୂଲ ଖାତାକୁ ଫେରି ଆସିଛି। ଏହି ପରି ଲଗାତାର ଅପରାଧ କରୁଥିବା ବ୍ୟକ୍ତି ଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସେଥିପାଇଁ ମହାସଭା କ୍ଷୋଭ ପ୍ରକାଶ କରିଛି ଓ ଆଇନକୁ ଭିତ୍ତି କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଝାରସୁଗୁଡା ଜିଲ୍ଲାର ଗୋଁଣ୍ଡ ସଂଗଠନକୁ ସୁଦୃଢ଼କରି ଆଦିବାସୀମାନଙ୍କୁ ଦେଶ ବିକାଶର ସାମିଲ କରିବା ପାଇଁ ମହାସଭା ଚାହୁଁଥିବା ବେଳେ କିଛି ଗୋଁଣ୍ଡ ଲୋକ ଜାତୀୟ ଆଦିବାସୀ ଆୟୋଗର ସଭ୍ୟ ଥିବା ଗୋଁଣ୍ଡ ସମାଜର ଶ୍ରୀ ଅନନ୍ତ ଚରଣ ନାୟକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତି ବିଶେଷଙ୍କ ନାମରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସମ୍ମିଳିତ ଆଦିବାସୀ ସମାଜ ଜଣାଇଥିବା ବିଷୟରେ ରାଜ୍ୟ ମହାସଭାକୁ ପ୍ରେରଣ ହେବାକୁ ନିଷ୍ପତ୍ତି ହୋଇଛି। ସେହିପରି ଆସନ୍ତା ହୀରାକୁଦରେ ହେବାକୁ ଥିବା ଭୋଜି ଓ ଛାତ୍ର ସଂଗଠନର ସମାବେଶକୁ ଜିଲ୍ଲା ମହାସଭା ସମର୍ଥନ ଜଣାଇଛି। ଏହି ସଭାରେ ମହାସଚିବ ଶ୍ୟାମଲାଲ ନାଏକ, ଚୁଡାମଣୀ ଧୁରୁଆ, ଫକୀର ନାଏକ,ବଲରାମ ମଲ୍ଲିକ, ରୁଦ୍ର ପ୍ରତାପ ସିଂହ, ରୋହିତ ଧୁରୁଆ, ହେମନ୍ତ ଧୁରୁଆ, ସୁବଳ ଧୁରୁଆ, ବଲରାମ ମାଝୀ, ପ୍ରେମସାଗର ଧୁରୁଆ, ରୁକ୍ମଣ ଧୁରୁଆ ପ୍ରମୁଖ ଉପସ୍ଥିତ ଥିଲେ। 

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.