ପଦ୍ମପୁର :-
ରାଜବୋରାସମ୍ବର ଦିବ୍ୟାଙ୍ଗ ବିକାଶ ମଞ୍ଚ ପକ୍ଷରୁ ପଦ୍ମପୁର ଭୁଲିଆ ଧର୍ମଶାଳା ଠାରେ ଆନ୍ତ୍ରଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି | ଡିସେମ୍ବର ୩ ରେ ବିଶ୍ବ ଦିବ୍ୟାଙ୍ଗ ସିବସ ପାଳନ କରୁଥିବା ବେଲେ କିଛି ଅସୁବିଧାର କାରଣ ଯୋଗୁଁ ଆଜି ପାଳନ କରୁଥିବା ରାଜବୋଡାସମ୍ବର ଦିବ୍ୟାଙ୍ଗ ବିକାଶ ମଞ୍ଚ ର ସଭାପତି ଧନମାଳି ମେହେର ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଖଣ୍ତର ବିଭିନ୍ନ ଗ୍ରାମ ରୁ ୭୦ ଜଣ ଦିବ୍ୟାଙ୍ଗ ଯୋଗଦେଇଥିଲେ | ଏହି ଅବସରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଟ ଆଇନଜିବି ଅଜିତ ସତପଥି ଯୋଗଦେଇ ଭିନ୍ନକ୍ଷମ ଭାଇ ଭଉଣୀ ଭିନ୍ନକ୍ଷମ ନୁହନ୍ତି ସେମାନେ ସକ୍ଷମ ଏବଂ ସେମାନେ ଦିବ୍ୟାଙ୍ଗ ନୁହନ୍ତି ଦେବତା ଙ୍କ ଅଙ୍ଗ ସେମାନେ ବି ସମାଜ ପାଇଁ କିଛି କରିପାରିବେ ବୋଲି ମତ ପ୍ରକାଶ କରିଥିଲେ ଏବଂ ଲାୟନ୍ସ୍ କ୍ଲବ୍ ସଭାପତି ହିମାଂଶୁ ଶେଖର ଯୋଶି ଏବଂ ଲାୟନ୍ସ କ୍ଲବ୍ ର ସଂପାଦକ ବିଭୁଦତ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ସମସ୍ୟା,ସୁବିଧା,ସୁଯୋଗ,ଆବଶ୍ୟକତା,ଅଧିକାର,ସୁରକ୍ଷା ବିଷୟ ରେ ଆଲୋକପାତ କରିଥିଲେ | ଏହି ଅବସର ରେ ବିଭିନ୍ନ ଗ୍ରାମରୁ ଆସିଥିବା ଦିବ୍ୟାଙ୍ଗ ମାନେ କଣ କଲେ ନିଜର ଅଧିକାର ଏବଂ ସୁବିଧା ସୁଯୋଗ ପାଇବେ ସେ ବିଷୟ ରେ ମତ ପ୍ରକାଶ କରିଥିଲେ | ରାଜବୋରାସମ୍ବ ଦିବ୍ୟାଙ୍ଗ ବିକାଶ ମଞ୍ଚ ର ସଦସ୍ୟ ଚନ୍ଦ୍ରମଣି ତାଣ୍ଡି,ବିଷ୍ଣୁ ପ୍ରଧାନ,ବିରେନ ପ୍ରଧାନ,ଭସ୍କର ଦୀପ,ରୋହିତ ମେହେର,ଭଗବାନ ହରିପାଳ,ଲୁକେଟ୍ ବାରିକ,ଧରଣୀ ସାହୁ,ରିଙ୍କି ମେହେର,ମଞ୍ଜୁଳତା ସାହୁ,ଜ୍ୟୋସ୍ନା ସାହୁ,ପିତାମ୍ବର ଚୌହାନ,ଯୁଧିଷ୍ଟିର କରନାଳ, ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ ର ଶେଷ ରେ ସଂପାଦକ ଚନ୍ଦ୍ରମଣି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
