ଝାରସୁଗୁଡ଼ା :-
ଆଜି ଝାରସୁଗୁଡ଼ା ଠାରେ ମୁକ୍ତା ( ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ) ମାଧ୍ୟମରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ। ଝାରସୁଗୁଡ଼ା ପୌର ପରିଷଦ ଅଡିଟୋରିୟମ ଠାରେ ସନ୍ଧ୍ୟା ୫ ଟା ସମୟରେ ଏହି କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀଯୁକ୍ତ ଦାସ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପୌରପାଳିକା ଅଧିନସ୍ତ ବିଭିନ୍ନ ବସ୍ତିବାସିନ୍ଦା ସଂଘ, ମିଶନ ଶକ୍ତି, SHG ଗ୍ରୁପ୍ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏହି ଉତ୍ସବରେ ଅନ୍ୟାନ୍ୟ ଅତିଥି ରୂପେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
