Type Here to Get Search Results !

ଗଣଶିକ୍ଷା ମନ୍ତ୍ରୀ କଲେ ଘୋଷଣା , ୩ ରୁ ଖୋଲିବା ୧ମ ରୁ ୫ମ ଶ୍ରେଣୀ



ଭୁବନେଶ୍ୱର :-

ଓଡିଶା ଗଣଶିକ୍ଷା ମନ୍ତ୍ରୀ ଗତକାଲି କରିଛନ୍ତି ଘୋଷଣା। ଆସନ୍ତା ଜାନୁଆରୀ ୩, ୨୦୨୨ ଠାରୁ ଖୋଲିବ ରାଜ୍ୟର ପ୍ରାଇମେରୀ ସ୍କୁଲ । ଗତ ଦେଢ଼ ବର୍ଷ ଧରି ପିଲାଙ୍କ ପାଠପଢା ଏକ ପ୍ରକାରର ବନ୍ଦ ରହିଛି ।  ଫଳରେ ପିଲାଙ୍କ ବୌଦ୍ଧିକ ବିକାଶ ବୃଦ୍ଧି ହୋଇ ପାରୁନାହିଁ । ତେଣୁକରି ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରୁ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାନେଇ ଜଣେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାସ । ତେବେ ସକାଳ ୯ ଟାରୁ ୧୨ ତା ପର୍ଯ୍ୟନ୍ତ ପାଠପଢା ହେବ ନେଇ ଶ୍ରୀଯୁକ୍ତ ଦାସ ସୂଚନା ଦେଇଛନ୍ତି । ଏହାସହ ଯେପରି ପିଲାଙ୍କ ମଧ୍ୟରେ ଦୂରତା ରକ୍ଷା , ମାସ୍କ ବ୍ୟବହାର , ସାନିଟାଇଜେସନ ଆଦି ନିୟମ ପାଳନ କରାଯିବ ସେ ନେଇ ବିଦ୍ୟାଳୟ ଗୁଡିକୁ ଆଦେଶ ଦେଇଛନ୍ତି। ଭୁବନେଶ୍ୱର ରୁ ସ୍ଵର୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.