Type Here to Get Search Results !

ନାବାଳକ କୁ ବସ ଷ୍ଟାଣ୍ଡ ରୁ ଉଦ୍ଧାର କରି ଚାଇଲ୍ଡ ଲାଇନ କୁ ହସ୍ତାନ୍ତର କଲା ପାହାଡେଶ୍ଵର ବିକାଶ ପରିଷଦ


ଝାରସୁଗୁଡ଼ା :-

ଆଜି ସନ୍ଧ୍ୟା ସମୟରେ ଜଣେ ଅସହାୟ ବାଳକ ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡ ରେ ବୁଲୁଥିବା ଖବର ପାଇଁ ଝାରସୁଗୁଡ଼ା ର ସମାଜସେବୀ ସଂସ୍ଥା ପାହାଡେଶ୍ଵର ବିକାଶ ପରିଷଦ ର ସଦସ୍ୟ ମାନେ ବସ୍ ଷ୍ଟାଣ୍ଡ ରେ ପହଞ୍ଚି ଉକ୍ତ ବାଳକ କୁ ଉଦ୍ଧାର କରିଥିଲେ। ପ୍ରାଥମିକ ପଚରାଉଚରା ସମୟରେ ବାଳକ ର ପରିଚୟ ମିଳି ପାରିଛି। ନାବାଳକ ଜଣକ ଅନୁଜ ଓରାମ, ବୟସ, ୧୩ ବର୍ଷ। ସେ ନିଜ ଘର ଝାରଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳର ବୋଲି କହିଛି। ଉଦ୍ଧାର ପରେ ପାହାଡେଶ୍ଵର ବିକାଶ ପରିଷଦ ର ସଦସ୍ୟ ମାନେ ନାବାଳକ ଟିକୁ ଝାରସୁଗୁଡ଼ା ଚାଇଲ୍ଡ ଲାଇନ କୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.