Type Here to Get Search Results !

କେନ୍ଦୁପତ୍ର ଶ୍ରମିକଙ୍କୁ ଦେଇଥିବା ପ୍ରତିଶୃତି ସରକାର ପୁରଣ କରନ୍ତୁ:ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

 

ପଦ୍ମପୁର :-

ରାଜ୍ୟରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ତୋଲାଳି,ବନ୍ଧେଇ ଶ୍ରମିକ,ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରିବା ପାଇଁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛି । ଆଜି ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଫ୍ରେଜରପୁର ଗ୍ରାମ ଠାରେ ପାଇକମାଲ କେନ୍ଦୁପତ୍ର ରେଞ୍ଜ ସଭାପତି ଶ୍ରୀ ମହେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଦାବୀ ଉପସ୍ଥାପନା କରାଯାଇଛି । କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା ପାଇଁ ଗତ ଜାନୁୟାରୀ ୧୩ ତାରିଖ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ରେଢାଖୋଲ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଘୋଷଣା କରିଥିବା ବେଳେ ଆଜିଯାଏ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯାଇ ନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ଯ ସଂପାଦକ ଶ୍ରୀ କୋକିଲ ସାହୁ ଏହି ବୈଠକରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ କେନ୍ଦୁପତ୍ର ତୋଲାଳି ମାନଙ୍କ ଛାତ୍ର ବୃତ୍ତି,ବିବାହ ସହାୟତା ସରକାର ବନ୍ଦ କରି ଦେଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସିଜିନାଲ କର୍ମଚାରୀ ମାନଙ୍କ ପ୍ରତି ୩ ବର୍ଷରେ ମଜୁରୀ ବୃଦ୍ଧି କରାଯିବା,ବନ୍ଧେଇ ଚେକର,ସର୍କଲ ଚେକର ମାନଙ୍କ କାର୍ଯ୍ୟକାଳ ପୂର୍ବ ପରି ୧୦ ମାସ ଓ ୧୧ ମାସ ଲାଗୁ କରାଯିବା,୧୯୭୩ ଗ୍ରାଜୁଏଟ ଆଇନ ଅନୁଯାୟୀ କେନ୍ଦୁପତ୍ର ସଂସ୍ଥାରେ ୬ ମାସରୁ ଉର୍ଦ୍ଧ କାର୍ଯ୍ୟ କରୁଥିବା ସିଜିନାଲ କର୍ମଚାରୀ ମାନଙ୍କୁ ଅବସର ବେଲେ ୧୫ ଦିନର ଗ୍ରାଜୁଏଟି ପ୍ରଦାନ କରିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଛି । ବୈଠକରେ ଅନ୍ୟ ମାନଙ୍କ ମଧ୍ଯରେ ସଂଘର ନେତା ଶ୍ରୀ ଚୁଡାମଣି ପାଣିଗ୍ରାହୀ,ପାରେଶ୍ବର ପାତ୍ର,ପିକ ନନ୍ଦ,ପଞ୍ଚାନନ ପ୍ରଧାନ,ବେଣୁଧର ସାହୁ,ନୀଳମଣି ସାହୁ,ବିଶ୍ବମ୍ବର ପାତ୍ର,ଗୁଣନିଧି ଶବର,ଧିରୁ ବରିହା,ଅଲ୍ଯା ହରିପାଲ,ଗଣେଷ ବରିହା ଆଦି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.