ଝାରସୁଗୁଡ଼ା :-
ଆଜି ଜିଲ୍ଲା ପ୍ରତିଷ୍ଠା ଦିବସ ତଥା ଜିଲ୍ଲା ମହୋତ୍ସବ "ଦୂଲଦୁଲି-୨୦୨୨" ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର DMF ଅଡିଟୋରିୟରେ ଅପରାହ୍ନ ଘ.୪.୦୦ଟା ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା। ଏଥିରେ ପୂର୍ବ ବର୍ଷ ର ଖର୍ଚ୍ଚ ର ଧାରା ବିବରଣୀ ତଥା କାର୍ଯ୍ୟକ୍ରମ ର ଆଲୋଚନା ହେଇଥିଲା। ଏ ବର୍ଷ କିପରି ଭାବରେ ଦୁଲଦୁଲି କୁ କରୋନା କଟକଣା ନିୟମକୁ ପାଳନ କରି ସୁଚାରୁରୂପେ କରାଯିବ ଟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୂର୍ବ ବର୍ଷ ର ଦୁଲଦୁଲି କମିଟି ସଦସ୍ୟ ମାନେ ନିଜର ମତାମତ ଦେଇଥିଲେ। ଏ ବର୍ଷ ଦୁଳଦୁଲି ଦୁଇ ଦିନ ଧରି ପାଳନ କରାଯିବା।ପ୍ରଥମ ଦିନ ଝାଡେଶ୍ୱର ମନ୍ଦିର ରେ ପୂଜାର୍ଚ୍ଚନା, ମାନ୍ୟଗଣ୍ୟ ବ୍ୟକ୍ତି ତଥା କୋଭିଡ଼ ସମୟରେ ସାମାଜିକ କାର୍ଯ୍ୟ ପାଇଁ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧନା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଦ୍ଵିତୀୟ ଦିନ କବିତା ଆସର, ଆଲୋଚନା ଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭିନ୍ନ ଭିନ୍ନ ସବ୍ କମିଟି ଗଠିତ କରାଗଲା। ଏକ ପତ୍ରିକା ଉନ୍ମୋଚନ କରିବାକୁ ପ୍ରସ୍ତାବ ରଖାଗଲା। ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିକାଶ ଚନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରବୀର କୁମାର ନାୟକ, ଶ୍ରୀ ଲଙ୍କେଶ୍ୱର୍ ଅମାତ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ତପିରାମ ମାଝୀ, ଉପଜିଲ୍ଲପାଳ ଶ୍ରୀ ଶିବ ଟପ୍ପୋ, ଦୂଳଦୁଲି ଆୟୋଜନ କମିଟି ର ଉପଦେଷ୍ଟା ଶ୍ରୀ ତାପସ ରାୟ ଚୌଧୁରୀ ତଥା ଅନ୍ୟ ସଦସ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
