ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମଜୁରୀଗଡ଼ିଆ ଗ୍ରାମର ମାନସ ଜେନା ଙ୍କ ଝିଅ ମଧୁସ୍ମିତା ଜେନା। ସେ ଆଜି ଭୋର ସମୟରେ ଉଠି ବାହାରକୁ ଯାଇଥିଲେ। ପରେ ତାଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ଯ ତାଙ୍କୁ ପାଇନଥିଲେ। ତେବେ ଘର ଠାରୁ କିଛି ଦୂରରେ ଥିବା ଏକ ପୋଖରୀରେ ଜୋତା ଭାସୁଥିବାର ଗ୍ରାମର ଲୋକମାନେ ଦେଖିଥିଲେ। ପରେ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ, ସେମାନେ ସେଠାରେ ପହଞ୍ଚି ପୋଖରୀ ଭିତରୁ ବାଳିକାଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲ କୁ ପଠାଇଥିଲେେ । ମେଡିକାଲ ରେ ଡାକ୍ତର ବାଳିକାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ବାଳିକାଙ୍କ ମୁହଁ, ନାକ, କାନ ମଧ୍ୟରୁ ରକ୍ତ ବାହାରୁଥିବାରୁ, ତାଙ୍କ ଝିଅ କୁ କେହି ହତ୍ୟା କରି ପୋଖରୀରେ ଫୋପାଡ଼ି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ
