Type Here to Get Search Results !

କବି ସୁଜାଣ ମେହେର ସ୍ମୃତି ସମାରୋହ - ଅଧ୍ଯାପକ ଟେକଚାନ୍ଦ ଦୁଆନ ଙ୍କୁ କବି ସୁଜାଣ ମେହେର ସ୍ମୃତି ସମ୍ମାନ

 


ସୋହେଲା :-

ସୋହେଲା ବ୍ଲକ ସାହାଜବାହାଲ ଠାରେ କବି ସୁଜାଣ ମେହେର ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି କମିଟି ତରଫରୁ ଏକ ସାରସ୍ବତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦୀନମଣୀ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ ସୁବାସ ମେହେର, ସମ୍ମାନିତ ଅତିଥି ଭାବେ ସୁଶାନ୍ତ ମିଶ୍ର, କଳାକାହ୍ନୁ ଚୌହାନ,ଯୁଗୋଳ କିଶୋର ପଧାନ,ଗୁଣନିଧି ମେହେର ମଂଚାସିନ ଥିଲେ। ସ୍ମୃତି କମିଟି ର ସଭାପତି ବେଣୂଧର ମେହେର, ଉପ ସଭାପତି ଯୋଗେଶ୍ବର ମେହେର ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ଉଦ୍ଦେଶ୍ୟ ଜ୍ଞାପନ ସମ୍ପାଦକ ରୋହିତ ମେହେର କରିଥିବା ବେଳେ କେଦାରନାଥ ସାହୁ ସଂଯୋଜନା କରିଥିଲେ। ପ୍ରାରମ୍ଭିକ ସଂଗୀତ କୁମର ମେହେର ଗାନ କରି ଥିଲେ। ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ଟେକଚାନ୍ଦ ଦୁଆନ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାପରେ କବି ମୁନିରାମ କୁମ୍ଭାରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସର ରେ କବି ହରିଲାଲ ସାହୁ, ରାଜେଶ କାରିଆ, ପରାଗ ସାହୁ, ନକୁଳ ମେହେର, ଈଶ୍ବର ମେହେର, ଅନୀଲ ମେହେର, ହାରାଧନ ପଟେଲ, ଦୁର୍ବାଦଳ ମେହେର, ରସିକ ବେହେରା, କୈଲାସ ଚନ୍ଦ୍ର ସାହୁ ପ୍ରମୁଖ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସୁଜାଣ ସାହିତ୍ୟ ପ୍ରେମୀ ଯୋଗଦାନ କରିଥିଲେ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.