Type Here to Get Search Results !

ପୁଟୁପଡାର ମହିମାଆଶ୍ରମ ମଠାଧିଶ କିଶୋର ଵାଵା ଙ୍କୁ ମରାଣାନ୍ତକ ଆକ୍ରମଣଘଟଣାରେ ଦଶ ଦିନ ପରେ ୫ ଅଭିଯୁକ୍ତ ଗିରଫ


 ବଲାଙ୍ଗୀର :-  

 ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନା ଅନ୍ତର୍ଗତ ପୁଟୁପଡାର ମହିମା ଆଶ୍ରମ ର ମଠାଧିଶ କିଶୋର ଵାଵା ଙ୍କୁ ମରାଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ପାନ୍ଚ ଅଭିଯୁକ୍ତ ଙ୍କୁ ଗତକାଲି ଗିରଫ କରିଛି।ଅଭିଯୁକ୍ତ ମାନେ ପୁଟୁପଡାର ଖିରସିନ୍ଧୁ ନାୟକ(60), ଗଣେଶ ନାୟକ(33), ମନୋରଞ୍ଜନ ନାୟକ(30), ଜଗସନ ନାୟକ(28), ଶାନ୍ତୁନୁ ନାୟକ(30) ଓ ପରେ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁସାରେ ଗତ ନଭେମ୍ବର ମାସ 24ତାରିଖ ଦିନ ଜମି ଵିଵାଦ କୁ ନେଇ ମଠାଧିଶ କିଶୋର ଵାଵା ଙ୍କୁ ଅଭିଯୁକ୍ତ ମାନେ ମରାଣାନ୍ତକ ଆକ୍ରମଣ କରିଥିଲେ, ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି କେସ ନମ୍ବର113/21 ରେ ମାମଲା ରୁଜୁ କରି ଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ଠୁ ହାତ ଗୁଞା ନେଇ ଅଵହେଲା କରି ଵିଳମ୍ଵକରୁଥିଲା ପୋଲିସ,ତେଣୁ ଗତ28ନଭେମ୍ବରରେ ରେ ଆଖପାଖ ଅଞ୍ଚଳର ସାଧୁ ସନ୍ଥ ଓଆଖପାଖ ଅନ୍ଚଲର ଗ୍ରାମବାସୀ ୭00 ରୁ ଉର୍ଦ୍ଧ୍ବ ଲୋକମାନେ ମିଳିତ ଭାବେ ସିନ୍ଧେକେଲା ଥାନା ଵହୁ ସମୟ ପର୍ଯ୍ୟନ୍ତଘେରାଉ କରିଥିଲେଓ ଵିଖୋଵ ପ୍ରଦ୍ରଶନ କରି ଥିଲେ।ଓ ତାପରେ ଉଚ୍ଚ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଵିଖୋଵ କାରି ଙ୍କୁ ପ୍ରତି ଶୃତି ଦେଵାରୁ ଥାନା ଘେରାଉ ରୁ ଓହରି ଯାଇଥିଲେ।ଉପରିସ୍ଥ ପୋଲିସ ଅଧିକାରୀ ହସ୍ତକ୍ଷେପ ଯୋଗୁଁ ଗତକାଲି ଅଭିଯୁକ୍ତ ମାନଙ୍କୁଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.