ଧାମନଗର :-
ଭଦ୍ରକ ଜ଼ିଲ୍ଲା ଧାମନଗର ରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଗତକାଲି ରାତିରୁ ଅବିଶ୍ରାନ୍ତ ବର୍ଷା ଜାରି ରହିବା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ମୁଖ୍ୟତଃ ଫସଲ କୁ ନେଇ ଚାଷୀ ମାନେ ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ଧାନ ଅମଳର ସମୟ, ଜମିରେ ହେକ୍ଟର ହେକ୍ଟର ପାଚିଲା ଧାନ ପଡି ରହିଛି। ଏବେ ବହୁ ମାତ୍ରା ରେ ପାଚିଲା ଧାନ ଜମିରେ କଟା ହୋଇ ପଡ଼ିରହିଛି। ବର୍ତ୍ତମାନ ବର୍ଷା ଜାରି ରହିଥିବାରୁ, ଚାଷୀକୂଳ ମନରେ ଛନକା ଦେଖାଦେଇଛି।
ଧାନ ଜମିରେ ବର୍ଷା ଜଳ ଜମି ରହି ଧାନ ନଷ୍ଟ ହେବା ଆଶଙ୍କାରେ ଚାଷୀ। ବର୍ଷା ଦାଉରୁ ନିଜର ଅମଳକ୍ଷମ ଧାନ କୁ ରକ୍ଷା କରିବା ପାଇଁ ଯେନତେନ ପ୍ରକାରର ଚାଷୀ ତାହାର ଚେଷ୍ଟା ଚଳାଇଛି। ଆରମ୍ଭରୁ କରୋନା ପରେ ପରେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପକାଇଥିଲା। ଧିରେ ଧିରେ ଚାଷକୁ ଚାଷୀମାନେ ଆଗେଇ ନେଇଥିଲେ । ଆଶା ଥିଲା କିଛି ଭଲ ଅମଳ ହେବ ବୋଲି। କିନ୍ତୁ ପରେ ଅଦିନିଆ ବର୍ଷା ଓ ଚକଡା ପୋକ ପାଚିଲା ଧାନକୁ ନଷ୍ଟ କରିଥିଲା। ଏବେ ପ୍ରବଳ ବର୍ଷା ଯୋଗୁଁ ଅମଳକ୍ଷମ ହେବାକୁ ଥିବା ଧାନ ଗୁଡିକ ନଷ୍ଟ ହେବା ନେଇ ଆଶଙ୍କାରେ ଚାଷୀକୂଳ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ
