Type Here to Get Search Results !

ପଶ୍ଚିମ ଓଡିଶାର ପ୍ରାଚୀନ କିର୍ତ୍ତୀ ନୃସିଂହନାଥ ମନ୍ଦିର କୁ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ


ପଦ୍ମପୁର :-

ପାଟଣା ମହାରାଜ ବୈଜଳ ଦେବଙ୍କ ଦ୍ବାରା ୧୩ ଶହ ଶତାଦ୍ଦୀରେ ନିର୍ମିତ ପଶ୍ଚିମ ଓଡିଶାର ପ୍ରାଚୀନ କିର୍ତ୍ତୀ ନୃସିଂହନାଥ ମନ୍ଦିର ର ରକ୍ଷଣା ବେକ୍ଷଣ ଦାୟିତ୍ବ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ କୁ ହସ୍ତାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨ ଦିନ ହେଲା କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗର ଭୁବନେଶ୍ବର କାର୍ଯ୍ଯାଳୟର ଅତିରିକ୍ତ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ନାୟକ,ଅତିରିକ୍ତ ପ୍ରତ୍ନତତ୍ତ୍ବବିତ ଡା. ଅନୁରିମା ପତି,ଫଟୋଗ୍ରାଫର ସୁଶ୍ରୀ ପ୍ରିୟ ଦର୍ଶନୀ କର, ନୃସିଂହନାଥ ମନ୍ଦିର ଠାରେ ଅବସ୍ଥାନ କରି ମନ୍ଦିର ତଦାରଖ କରିବା ସହ ସମସ୍ତ ତଥ୍ଯ,ଫଟୋଗ୍ରାଫ ସଂଗ୍ରହ କାର୍ଯ୍ଯରେ ଲାଗିଛନ୍ତି । ନୃସିଂହନାଥ ମନ୍ଦିର ଓଡ଼ିଶାର ଏକ ପ୍ରାଚୀନ କିର୍ତ୍ତୀ ହୋଇଥିବାରୁ ଓ ଏହାର ରକ୍ଷଣାବେକ୍ଷଣ ର ଆବଶ୍ୟକତା ଥିବାରୁ ଏହି ମନ୍ଦିର ର ଦାୟିତ୍ବ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଅନେକ ଦିନରୁ ଦାବୀ ହୋଇ ଆସୁଥିଲା । ଗତଥର ଶ୍ରୀ ପ୍ରଦୀପ ପୁରୋହିତ ବିଧାୟକ ଥିବା ବେଳେ ବିଧାନ ସଭାରେ ମଧ୍ଯ ଏ ପ୍ରସଙ୍ଗ ଉଠାଇ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନୃସିଂହନାଥ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ରାଜ୍ଯ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଇତି ମଧ୍ଯରେ ରାଜ୍ଯ ସରକାର ନୃସିଂହନାଥ ମନ୍ଦିର କୁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଲିଖିତ ପ୍ରସ୍ତାବ ଦେବାପରେ କେନ୍ଦ୍ର ସରକାର ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେବା ଉଦ୍ଦେଶ୍ଯରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୃସିଂହନାଥ ରେ ଆଜି ଆସିଥିବା ଏହି ୩ ଜଣିଆ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ମାନଙ୍କ ସହ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ,ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ,ସ୍ବଚ୍ଛ ଭାରତ ଅଭିଯାନ ସଂଯୋଜକ ଶ୍ରୀ ସତ୍ଯ ନାରାୟଣ ବେହେରା,ରାଜେନ୍ଦ୍ର ସେଠ ଏ ସଂପର୍କରେ ବିଶଦ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ନୃସିଂହନାଥ ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ମଧ୍ଯ ଉପସ୍ଥିତ ଥିଲେ । ଖୁବ କମ ଦିନ ଭିତରେ ନୃସିଂହନାଥ ମନ୍ଦିରର ସମସ୍ତ ତଥ୍ଯ ନୂଆଦିଲ୍ଲୀ ସ୍ଥିତ ASI ( ARCOLOGCAL SURVEY OF INDIA ) ର ମହା ନିର୍ଦ୍ଦେଶକଙ୍କ ଠାରେ ଦାଖଲ କରାଯିବ ବୋଲି ଅତିରିକ୍ତ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ନାୟକ ପ୍ରତିନିଧି ମଣ୍ଡଳୀଙ୍କ ଠାରେ ପ୍ରକାଶ କରିଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.