ଭୁବନେଶ୍ୱର :-
ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତା ୧୭ ତାରିଖ ରେ ପ୍ରକାଶ ପାଇଁ ନିର୍ବାଚନ ଭୋଟର ଚୁଡାନ୍ତ ତାଲିକା ତଥା ଡିସେମ୍ବର ଶେଷ ସୁଦ୍ଧା ଘୋଷଣା କରାଯିବ ନିର୍ବାଚନ ତାରିଖ। ଏ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ଗତ କିଛି ଦିନ ତଳେ କମିଶନ ପକ୍ଷରୁ ଗାଇଡ ଲାଇନ ପ୍ରକାଶ ପାଇଥିଲା। ଏଥିରେ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ଙ୍କ ଖର୍ଚ୍ଚ ଯଥାକ୍ରମେ ୫ ଲକ୍ଷ , ୨ ଲକ୍ଷ ଓ ୨ ଲକ୍ଷ ହୋଇ ପାରିବା ନେଇ ଘୋଷଣା କରା ଯାଇଥିଲା। ଏହାସହ ନିର୍ବାଚନ ଦିନ ଠାରୁ ୩୬ ଘଣ୍ଟା ପୂର୍ବରୁ ଯାନବାହାନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।
ତେବେ ଏନେଇ ପଞ୍ଚାୟତ ଗୁଡିକରେ ନିର୍ବାଚନୀ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ରଣ କୌଶଳ ସହ ଜିତିବା ଲକ୍ଷ ନେଇ ସରପଞ୍ଚ ପ୍ରାର୍ଥୀ ସଜ ହେଉଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି, ରାଜ୍ୟରେ ସର୍ବମୋଟ ୬୭୯୮ ଟି ପଞ୍ଚାୟତ ରେ ପଞ୍ଚାୟତ ନିର୍ବାଚନ କୁ ନେଇ ରାଜ୍ୟ ନିର୍ବାଚନ କମିଶନ ଗାଇଡ ଲାଇନ ଜାରି କରିବା ସହ କିଭଳି ସ୍ୱଚ୍ଛ ଭୋଟ ହୋଇପାରିବ ଏ ନେଇ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
