ପଦ୍ମପୁର :-
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର ୨୦୨୯ - ୨୦ ବର୍ଷରେ କାଶୀପାଣି ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମିଲ ହୋଇ ଘର ସଂପୂର୍ଣ୍ଣ ଭାବେ ନିର୍ମାଣ କରି ସାରିଥିବା ବେଳେ ୧ ବର୍ଷ ରୁ ଉର୍ଦ୍ଧ୍ବ ହୋଇଗଲା ମନରେଗାର ଟଙ୍କା ପାଇପାରି ନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଘର ପାଇଥିବା ହିତାଧିକାରୀ ଘର ନିର୍ମାଣ କାର୍ଯ୍ଯଦେଶ ପାଇବାର ୩ ମାସ ଭିତରେ ଘର ସଂପୂର୍ଣ୍ଣ କଲେ ୨୦ ହଜାର ଟଙ୍କା ଓ ୬ ମାସ ଭିତରେ ଘର କାର୍ଯ୍ଯ ସଂପୂର୍ଣ୍ଣ କଲେ ୧୦ ହଜାର ଇନସେଟି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କାଶୀପାଣି ଗାଁର ହିତାଧିକାରୀ ନେପାଳ ବାଗ ଓ ଶ୍ରୀ ନୀଳମଣି ମାଝୀ ୬ ମାସ ଭିତରେ ଘର କାର୍ଯ୍ଯ ସଂପୂର୍ଣ୍ଣ କରିଥିଲେ ସୁଦ୍ଧା ଗୋଟିଏ ବର୍ଷ ହୋଇଗଲା ଇନସେଟି ଟଙ୍କା ସରକାରଙ୍କ ଠୁଁ ପାଇ ନାହଁନ୍ତି । ଏପରିକି ମନରେଗାର ଟଙ୍କା ମଧ୍ଯ ପାଇନଥିବା ଅଭିଯୋଗ ଉଠିଛି । କାଶୀପାଣି ଗ୍ରାମର ଅନ୍ଯ ହିତାଧିକାରୀ ମାନେ ଯେଉଁ ମାନେ ୧ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲା ଘରକାର୍ଯ୍ଯ ସଂପୂର୍ଣ୍ଣ କରି ସାରିଲେଣି କିନ୍ତୁ ମନରେଗା ଟଙ୍କା ପାଇ ନାହାନ୍ତି ସେ ମାନେ ହେଲେ ମନବୋଧ ବାଗ,ଦୁର୍ଯ୍ୟୋଧନ ବାଗ,ରମେଶ ବାଗ,ମିନ କେତନ ସଗରିଆ,ଶୁଶିଲା ମାଝୀ,ରାହାସ ବାଗ,ସୁରତ ବାଗ,ତୁଲାରାମ ବାଗ,ଦିବ୍ଯ କିଶୋର ବାଗ ପ୍ରମୁଖ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
