Type Here to Get Search Results !

ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ବରିଷ୍ଠ ସଦସ୍ୟ ଦିଗଧନ ପ୍ରଧାନ ନିଧନ


ଝାରସୁଗୁଡା :-

 ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ବରିଷ୍ଠ ସଦସ୍ୟ ତଥା ବଡ଼ମାଲ ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ କାର୍ଯ୍ୟ ତୁଲାଇ ଥିବା ସମାଜ ସେବି ଦିଗଧନ ପ୍ରଧାନଙ୍କ ଗତ ରାତିରେ ୭୬ ବର୍ଷ ବୟସରେ ନିଧନ ହୋଇଯାଇଛି। ସେ ଗୋଁଣ୍ଡ ସମାଜ ବୃନ୍ଦାମାଲ ଗୁଡିର ବହୁଦିନ ଧରି ସଭାପତି ଦାୟିତ୍ୱ ତୁଲାଇଥିବା ବେଳେ ଜିଲ୍ଲା ତଥା ରାଜ୍ୟର ବହୁ ସଭା ସମିତିରେ ଯୋଗ ଦେଇ ସମାଜର ଉତ୍ତରୋତ୍ତର ଉନ୍ନତି ପାଇଁ ବହୁ ବାର୍ତ୍ତା ଛାଡି ଦେଇ ଯାଇଛନ୍ତି। ତାଙ୍କୁ ୨୦୧୪ ମସିହା ନୂଆଁଖାଇ ଭେଟଘାଟରେ ତାଙ୍କର ସମାଜ ସେବା ପାଇଁ ମହାସଭା ସମ୍ବର୍ଦ୍ଧନା କରିଛି। ତାଙ୍କର ଜୀବନ କାଲ ଭିତରେ ଗୋଁଣ୍ଡ ସମାଜ ସହିତ ଆଦିବାସୀ ତଥା ଅନ୍ୟାନ୍ୟ ବର୍ଗର ଲୋକ ମାନଙ୍କ ପାଇଁ ବହୁ ଉନ୍ନତିର ଚିନ୍ତାଧାରା ଛାଡ଼ି ଯାଇଛନ୍ତି। ତାଙ୍କ ଅମର ଆତ୍ମାର ସତଗତୀ ପାଇଁ ଗୋଁଣ୍ଡ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜ ଭଗବାନଙ୍କ ଠାରେ କାମନା କରୁଛି। ଉଭୟ ସଂଗଠନର ମିଲିତ ସଂଯୋଜନାରେ ଆସନ୍ତା ୧୩ ତାରିଖ ଦିନ ୧୧ଟା ସମୟରେ କାପୁମାଲ ଗୋଁଣ୍ଡ ଭବନଠାରେ ଏକ ଶୋକସଭା ଅନୁଷ୍ଠିତ ହେବ ବୋଲି ମହେନ୍ଦ୍ର ନାଏକ କହିଛନ୍ତି। 

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.