ଭୁବନେଶ୍ୱର :-
ଆଜି ପ୍ରକାଶ ପାଇଛି ରାଜ୍ୟ ସରକାର ଙ୍କ ଡିସେମ୍ବର ମାସ ପାଇଁ ଗାଇଡ ଲାଇନ। ଏଥିରେ ବିଶେଷକରି ନୂତନ ବର୍ଷ ପାଳନ ଓ ଏକ୍ସପୋ, ମେଳା, ପ୍ରଦର୍ଶନୀ ଆଦିକୁ କଟକଣା ମଧ୍ୟରେ ଅଣା ଯାଇଛି। ବିଶେଷ କରି , ଜାନୁଆରୀ ୧, ୨୦୨୨ ସକାଳ ପର୍ଯ୍ୟନ୍ତ ଏ କଟକଣା ଜାରି କରିଛନ୍ତି। ସହରାଞ୍ଚଳ ରେ ରାତ୍ରି କାଳୀନ କର୍ଫ୍ୟୁ ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ରହିବା ସୁନିଶ୍ଚିତ ହୋଇଛି। ନୂତନ ବର୍ଷ ପାଳନ ତଥା ଜିରୋ ନାଇଟ ପାଳନ ସମ୍ପୂର୍ଣ ରୂପେ ବାରଣ ରହିଛି। ଏହି ସମୟରେ , ଅର୍ଥାତ୍ ୩୧ ଡିସେମ୍ବର ୨୦୨୧ ଓ ୧ ଜାନୁଆରୀ ୨୦୨୨ ରେ ହୋଟେଲ୍, ରେଷ୍ଟୁରାଣ୍ଟ, ପାର୍କ ଆଦି ସ୍ଥାନରେ ଏକାଠି ରହିବା ମନା କରାଯାଇଛି। ଏହାସହ ନବବର୍ଷ ଦିନ ସାଧରଣସ୍ଥାନ ଗୁଡିକରେ ପିକନିକ୍ ସମ୍ପୂର୍ଣ ବାରଣ ରହିଛି। କ୍ଲବ୍ , ରେଷ୍ଟୁରାଣ୍ଟ, ସିନେମା, ଥିଏଟର ଆଦିରେ ଜନ ସମାଗମ କୁ ସମ୍ପୂର୍ଣ ରୂପେ ମନା କରାଯାଇଛି। ତେବେ ଏଥିରେ ବ୍ୟାଘାତ ହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗାଇଡଲାଇନ ରେ ଉଲ୍ଲେଖ ରହିଛି।
ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
