ବେଲପାହାଡ଼ :-
ମିରର ଥିଏଟର ବେଲପାହାଡ଼ ପକ୍ଷରୁ ଚାଲିଥିବା ବର୍ଷବ୍ୟାପୀ ନାଟକ ପ୍ରଦର୍ଶନ ଅବସରରେ ଆଜି ତୃତୀୟ ମାସର ନାଟକ ‘ଉଲ୍ପି' ପ୍ରଦର୍ଶିତ ହୋଇଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ ମାଆ ମାଣିକେଶ୍ୱରୀଙ୍କୁ ଉଲାପଗଡ଼ରୁ ଆଜ୍ଞାମାଳ ବରଣ କରି ଅଣାଯାଇଥିଲା । ମାଆ ବାଟ ମଙ୍ଗଳା ମନ୍ଦିରରେ ମହିଳା ସିମିତିର ସଦସ୍ୟା, ମିରର ଥିଏଟର ସଦସ୍ୟ ଓ କୀର୍ତନ ଦଳଙ୍କ ପକ୍ଷୁର ଭବ୍ୟ ସ୍ୱାଗତ କରାଯାଇ ମଂଚକୁ ଅଣାଯାଇଥିଲା । ନାଟକ ‘ଉଲ୍ପି'କୁ ମିରର ଥିଏଟର ନାଟ୍ୟକାର ସୁବାସ ଚନ୍ଦ୍ର ପ୍ରଧାନ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ ମିରର ଥିଏଟର ନାଟ୍ୟ କଳାକାର ସନ୍ତୋଷ ସାହୁ, କାହ୍ନା ବଗାର ଓ ସୋନିଆଁ ବେହେରା ଅତି ନିଖୁଣତାର ସହିତ ଅଭିନୟ କରିଥିଲେ । ପୌରାଣିକ ତଥ୍ୟ ଅନୁସାରେ ବେଲପାହାଡ଼ ନିକଟସ୍ଥ ଉଲାପଗଡ଼ ର ନାଗ ବଂଶର ରାଜକୁମାରୀ ଉଲ୍ପିଙ୍କ ନାମରେ ଅନୁସାରେ ନାମିତ ହୋଇଛି । ଯେଉଁଠି ଆଜି ମଧ୍ୟ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଏକ ଦୁର୍ଗ ରହିଛି । ଏବଂ ସେହି ସ୍ଥାନରେ ମାଆ ମାଣିକେଶ୍ୱରୀ ପୂଜା ପାଉଛନ୍ତି । ନାଟକ ଉଲ୍ପିରେ ଅର୍ଜୁନ ଓ ଉଲ୍ପିଙ୍କ ପ୍ରେମ କାହାଣୀର କଥା କୁହାଯାଇଛି । ଯାହା ସେମାନଙ୍କ ବିବାହ ବନ୍ଧନରେ ପରିସମାପ୍ତି ଘଟିବା ସହିତ ବର୍ଷ ବର୍ଷ ଧରି ନାଗ ବଂଶୀ ଓ ପାଣ୍ଡବମାନଙ୍କ ମଧ୍ୟରେ ଥିବା ଶତୃତା କେମିତି ମିତ୍ରତାରେ ପରିଣତ ହୋଇଥିଲା ତାହା ପ୍ରଦର୍ଶିତ ହୋଇଛି । ପରବର୍ତୀ ସମୟରେ ଏହି ଉପାଲଗଡ଼ରେ ଅର୍ଜୁନ ଓ ଉଲ୍ପିଙ୍କ ପୁତ୍ର ଇରାବନ ରାଜୁତୀ କରୁଥିବା ପୋଥୀ ଓ ପୁରାଣରେ ଉଲ୍ଲେଖ ରହିଛି । ନାଟକ ମାଧ୍ୟମରେ ଏହି ଅଂଚଳର ଅନନ୍ୟ ଧରୋହର ଉଲାପଗଡ଼କୁ ଲୋକଲୋଚନକୁ ଆଣିବା ପାଇଁ ମିରର ଥିଏଟର ପକ୍ଷରୁ ଏକ ଛୋଟ ପ୍ରୟାସ କରାଯାଇଛି । ନାଟକକୁ କଳାକାରମାନେ ଅତି ନିଖୁଣତାର ସହିତ ଅଭିନୟ କରିଥିଲେ । ଯାହାକୁ ଶତାଧିକ ଦର୍ଶକ ଭରପୁର ଉପଭୋଗ କରିଥିଲେ । ସଂଗୀତ ନିର୍ଦ୍ଦେଶନାରେ ଗୌରୀଶଙ୍କର କୁମ୍ଭାର, ବାଦ୍ୟଯନ୍ତ୍ରରେ ବିନୟ ପ୍ରଧାନ ଓ ସୌଭାଗ୍ୟ ରଞ୍ଜନ ସାହୁ, ପୋଷାକ, ଉପକରଣ ଓ ମଂଚ ପରିକଳ୍ପନାରେ ଡା ଶ୍ୟାମ ସୁନ୍ଦର ପାଣ୍ଡେ, କାହ୍ନା ବଗାର ଓ ପରମେଶ୍ୱର ମରେଇ, ଆଲୋକରେ ଦୀପକ ମହାକୁଡ଼ ଓ ଲବ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ସନ୍ଧ୍ୟାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ମିରର ଥିଏଟର ଅଂଚଳର ସମ୍ବଲପୁରୀ ଭାଷା, ଲୋକ କଳା,ସାହିତ୍ୟ, ସଂସ୍କୃତିକୁ ନାଟକ ମାଧ୍ୟମରେ ବଂଚାଇବାରେ ଏକ ପ୍ରୟାସ ଜାରି ରଖିଥିବାରୁ ଅନେକ ଶୁଭେଚ୍ଛା । ଆଗାମୀ ଦିନରେ ନିଶ୍ଚିତ ଭାବରେ ଉଲାପଗଡ଼ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ ବୋଲି ବିଧାୟକ ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବଂଜାରୀ ଗ୍ରାମର ତଥା ବେଲପାହାଡ଼ ଗର୍ରାଖାଇ ଠକ୍କର ବାପା ସେବା ସଦନର ସମ୍ପାଦକ ନିରାକାର କିଶାନ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ଉଲାପଗଡ଼ ନୀବାସୀ କ୍ଷୀରୋଦ ସିଂହଙ୍କୁ ସମ୍ବାର୍ଦ୍ଧିତ କରାଯାଇଥିଲା । ଆସନ୍ତା ମାସରେ ହେବାକୁ ଥିବା ପରବର୍ତୀ ‘ଟ୍ରାଫିକ ପୋଷ୍ଟ’ ନାଟକର ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ, ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ,ଯୋଗ ଦେଇଥିଲେ।
ଝାରସୁଗୁଡ଼ା ରୁ ସୁରେଶ କଲତା ଙ୍କ ରିପୋର୍ଟ
