ଝାରସୁଗୁଡା :-
ସମ୍ମିଳିତ ଆଦିବାସୀ ସମାଜ ୧୮ ତାରିଖ ଦିନ ୧୦ଟାରେ ଲଇକେରା, କିର୍ମିରା ଓ ଯୁଯୋମୁରା ବ୍ଲକ TSP ବ୍ଲକ ଘୋଷଣାରେ ଅହେତୁକ ବିଲମ୍ବ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃଟିପୂର୍ଣ୍ଣ ସ୍ଥାନ ସଂରକ୍ଷଣ ବିରୋଧରେ ମହାରାଲି ଏହି ରାଲି ଗୋଁଣ୍ଡୱନା ଛକରୁ ବାହାରି ଜିଲ୍ଲାପାଳ ଅଫିସ ସମ୍ବୁଖରେ ଭିକ୍ଷୋବ ଓ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ଏହା ବ୍ୟତିତ ସଂଗଠନର ପ୍ରମୁଖ ସଦସ୍ୟ ଅଖିଳ ଭାରତୀୟ ଗୋଁଣୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଓ ସମ୍ମିଳିତ ଆଦିବାସୀ ସମାଜ ଉପଦେଷ୍ଟା ପ୍ରଭାକର ଓରାମ ଦିଲ୍ଲୀ ଗସ୍ତ କରି ମହାମହିମ ରାଷ୍ଟ୍ରପତିଙ୍କ ଅଫିସ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଦିବାସୀ ରାଜ୍ୟମନ୍ତ୍ରୀ ରେଣୁକା ସିଂହ ସହିତ ପୂର୍ବତନ ଆଦିବାସୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତକ୍ଷ ଭାବରେ ଭେଟି ଲଇକେରା, କିର୍ମିରା ଓ ଯୁଯୋମୁରା ବ୍ଲକ ତ୍ରୟକୁ TSP ବ୍ଲକରେ ଅନ୍ତର୍ଭୁକ୍ତ କରିବା ସହିତ ଝାରସୁଗୁଡା ଜିଲ୍ଲାରେ ଆଦିବାସୀ ମାନଙ୍କ ପ୍ରତି ପୋଳିସର ଦବଙ୍ଗଗିରୀ ଓ ଜିଲ୍ଲା ପ୍ରଶାସନର ସ୍ଥାଣୁତା ଉପରେ ଆଲୋଚନା ହୋଇଥିଲା। ବିଶେଷ ଭାବରେ କୋଳାବିରା IIC ଆଦିବାସୀ ମାନଙ୍କ ଏତଲା ପଞ୍ଚିକୃତ ନକରିବା ଆଦି ପ୍ରମୁଖ ବିଷୟ ବସ୍ତୁ ଥିଲା। ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଓରାମ ଆସନ୍ତା ନଭେମ୍ବର ୧୩ରେ ହେବାକୁ ଥିବା ସମ୍ମିଳିତ ଆଦିବାସୀ ସମାଜର ପ୍ରତିଷ୍ଠା ଦିବସରେ ଯୋଗଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
