Type Here to Get Search Results !

ତାଳଚେର ବାଇପାସ୍ ଛକ ସ୍ଥିତ କେନାଲ ପାଣିରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

 

ତାଳଚେର :-

ତାଳଚେର ବାଇପାସ୍ ଛକ ସ୍ଥିତ କେନାଲ ପାଣିରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । କେନାଲ ହୁଡ଼ାରେ ଲାଗିଛି ଲୋକଙ୍କ ଭିଡ଼ ।

ଘଟଣାରୁ ପ୍ରକାଶ ଜେ ତାଳଚେର ବାଇପାସ୍ ଛକ ସ୍ଥିତ କେନାଲ ପାଣିରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସୂଚନା ଯୋଗ୍ୟା ଆଜି ଅପରାହ୍ନ 5 ଘଟିକା ସମୟରେ ସବ ଟି ଦୀର୍ଘ ବାଟ ହେବ ଭାସି ଭାସି ଆସି ତାଳଚେର ବାଇପାସ୍ ସ୍ଥିତ କେନାଲ ହୁଡ଼ାରେ ଲାଗିଥିଲା । ତେବେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦମକଳ ବିଭାଗ କୁ କଲ କରାଯାଏ ଶବଟିକୁ ଉଦ୍ଧାର କରଯାଇଥିଲା । ସେଇ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ମିଳି ପାରି ନଥିବା ବେଳେ , ଶବଟିକୁ ଶବ ବ୍ୟବଚ୍ଛେଦ ନିମନ୍ତେ ତାଳଚେର ସରକାରୀ ଡାକ୍ତରଖାନାକୁ ପଠା ଯାଇଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଆଗାମୀ ତଦନ୍ତ ଜାରି ରଖିଛି । ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.