ଧାମନଗର :-
ଶିକ୍ଷକ ଙ୍କ ନା ରେ କଳଙ୍କ। ପୋଷାକ ବଣ୍ଟନ ପାଇଁ ଡାକି ଛାତ୍ରୀଙ୍କୁ କଲେ ଅସଦାଚରଣ। ବିଦ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ହଂଗାମା। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ସହ ଶିକ୍ଷକ ହେଲେ ଗିରଫ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ହେଲା ସାନ ଭଉଣିକୁ ସାଙ୍ଗରେ ନେଇ ବଡ ଭଉଣି ବିଦ୍ୟାଳୟକୁ ଡ୍ରେସ ଆଣିବାକୁ ଯାଇଥିଲେ। ହେଲେ ସେହି ବିଦ୍ୟାଳୟ ର ଜଣେ ଶିକ୍ଷକ ଡ୍ରେସ ଦେବା ବଦଳରେ ବଡ ଭଉଣିକୁ ଅସଦାଚରଣ କରିଥିଲେ ।ସୂଚନାନୁସାରେ ଧାମନଗର ଥାନା ଅଧିନ ମହାନ୍ତି ସାହି ହିନ୍ଦୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସେକ୍ ଅବଦୁଲ କଲାମ ନାମକ ଜଣେ ଶିକ୍ଷକ ଜଣେ ନବମ ଶ୍ରେଣୀର ଛାତ୍ରିଙ୍କୁ ଅସଦାଚରଣ କରିବା ଫଳରେ ଛାତ୍ରି ଜଣଙ୍କ ଘରେ ଆସି ମାକୁ ଜଣାଇବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଧାମନଗର ପୋଲିସ ଘଟଣା ସ୍ତଳରେ ପହଞ୍ଚି ଶିକ୍ଷକଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରି,ଏହି ଘଟଣାର ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ
