Type Here to Get Search Results !

ବନ ସୁରକ୍ଷା ସମିତି ମହୁଲପାଲି ତରଫରୁ ଏକ ବୃକ୍ଷ ରୋପଣ ମହୋତ୍ସବ

 


ବରଗଡ଼ :-

ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାପର ମହୁଲପାଲି ଗ୍ରାମ ରେ ପ୍ରକୃତିବଂଧୁ ମୀନକେତନ ସାହୁଙ୍କ ଆହ୍ବାନ କ୍ରମେ ବନ ସୁରକ୍ଷା ସମିତି ମହୁଲପାଲି ତରଫରୁ ଏକ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ପ୍ରକୃତି ବନ୍ଧୁ ଅଭୟ କୁମାର ଦେବତା ସଭାପତିତ୍ବ କରିଥିଲେ ।ପ୍ରକୃତି ବଂଧୁ ମୀନକେତନ ସାହୁ ଗ୍ଲୋବାଲ୍ ୱାର୍ମିଂରୁ ନିଜକୁ , ଜୀବ ଜଗତ ଓ ଧରିତ୍ରୀ ମାଁ ର ସୁରକ୍ଷା ପାଇଁ ବୃକ୍ଷ ରୋପଣ , ସଂରକ୍ଷଣ ଓ ଜଂଗଲ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।ମୁଖ୍ୟ ଅତିଥି ଭାବେ ଅଂଚଳ ମହାବିଦ୍ୟାଳୟ ପଦ୍ମପୁର ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାଯକ ଯୋଗଦେଇ ପ୍ରକୃତି ସୁରକ୍ଷା ପାଇଁ ସଚେତନ ହୋଇ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।ଏହା ନହେଲେ ଆଗାମୀ ପିଢି ପାଇଁ ପରିଣାମ ଭଯଙ୍କର ହେବ ବୋଲି ସତର୍କ କରି ଥିଲେ ।ବନ ବିଭାଗ ରେଞର ପୂର୍ଣ୍ଣଚନ୍ଦ୍ର ମହନ୍ତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବନ ସୁରକ୍ଷା ସମିତିର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ରାଜକୁମାର ସେଠ୍, ଚାଷୀ ନେତା ରମେଶ ମହାପାତ୍ର, ଫରେଷ୍ଟର ଝରଣା ସାହୁ,ଫରେଷ୍ଟ ଗାଡ୍ ପ୍ରେମଶୀଳା ମେହେର,ଓକିଲ ସନ୍ତୋଷ ଶତପଥୀ, ଲିଙ୍ଗରାଜ ପଧାନଙ୍କୁ,ପରମାନନ୍ଦ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ଓ ଜଂଗଲ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।ବନ ସୁରକ୍ଷା ସମିତି ସଭ୍ୟ,ସଭ୍ୟାଙ୍କୁ ସରକାରଙ୍କ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାର ଙ୍କୁ ଦାବି କରିବାକୁ ସ୍ଥିର କରାଗଲା । ଗ୍ରାମବାସୀ ସକ୍ରିୟ ଅଂଶଗ୍ରହଣ ।ଏହା ପରେ ଶୋଭାଯାତ୍ରାରେ ବୃକ୍ଷ ସହିତ ଶତାଧିକ ପୁରୁଷ,ମହିଳା, ଶିଶୁ ଗ୍ରାମ ପରିକ୍ରମା କରି 200ଟି ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ଗୁଡିକୁ ପୋଷ୍ଯ ଭାବେ ଗ୍ରହଣ କରିଥିଲେ ।ବନ ସୁରକ୍ଷା ସମିତି ସଭାପତି କବିରାଜ ସାହୁ ଓ ଯୋଗେଶ୍ବର ପଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ବରଗଡ଼ ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.