ତାଳଚେର :-
ଭାରତବର୍ଷର ସର୍ବଶ୍ରେଷ୍ଠ ସାଂସଦ,ରାଷ୍ଟ୍ରୀୟ ପ୍ରବକ୍ତା ତଥା ବିଜେପି ଉପ-ସଭାପତି ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ୫୨ତମ ଜନ୍ମଦିବସ ଅବସରରେ ୟୁଥ ଫର ଆକ୍ସନ ଅନୁଗୁଳ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ମନୋଜ ଦେହୁରୀଙ୍କ ନେତୃତ୍ଵରେ ତାଳଚେର ପୋୖରାଞ୍ଚଳ ୱାର୍ଡ ନଂ-୨୦ ଅଙ୍ଗାରୁଆ ନିକଟସ୍ଥ ସେବାଶ୍ରମ,ମୁଣ୍ଡାହାଟିଂ ଓ ଅନ୍ୟାନ୍ୟ କିଛି ଅଞ୍ଚଳରେ ରନ୍ଧା ଖାଦ୍ୟ ବଣ୍ଟନ କରି ସାଧାରଣ ଜନତାଙ୍କ ସେବା କାର୍ଯ୍ୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୟୁଥ୍ ଫର୍ ଆକ୍ସନ ତାଳଚେର ବ୍ଲକ୍ ସଭାପତି ଆଦିତ୍ୟ ଦାସ ଓ ତାଳଚେର ପୋୖରାଞ୍ଚଳ ବିଜେପିର ବରିଷ୍ଠ ନେତା ତଥା ଶାରଶକ୍ତି ମଣ୍ଡଳ ପ୍ରଭାରୀ କାଳନ୍ଦୀ ପ୍ରଧାନ ନିଜେ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରି ସହଯୋଗ କରୁଥିବାର ଦେଖିବାକୁ ମିଳିଥିଲା। ୟୁଥ୍ ଫର୍ ଆକ୍ସନ ଅନୁଗୁଳ ଜିଲ୍ଲା କାର୍ଯ୍ୟକର୍ତ୍ତା ସୂର୍ଯ୍ୟକାନ୍ତ ଦେବତା,ବିକାଶ ସାହୁ,ତପନ ସାମଲ,ସଂଗ୍ରାମ ପଟ୍ଟନାୟକ ପ୍ରଦ୍ୟୁମ୍ନ ରାଉତ,ସଞ୍ଜୀବ ସାହୁ ,ବିଜୟ ଭାଇ, ସିଦ୍ଧେଶ୍ଵର ଭାଇ,ବଳରାମ ଭାଇ, ଅଜିତ୍ ସାହୁ, ସୁନନ୍ଦ ଭୁତିଆ,ଅଭିନାସ ଭାଇ ଓ ଅନ୍ୟାନ୍ୟ ସହଯୋଗୀ ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ଭାଇମାନଙ୍କ ସହିତ ସ୍ଥାନୀୟ ପୌର ବାସିନ୍ଦାଙ୍କ ସମ୍ପୂର୍ଣ ସହଯୋଗ କରିଥିଲେ । ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ
