Type Here to Get Search Results !

ବଲାଙ୍ଗିର ଝିଅ ମିସ୍ ଓଡ଼ିଆ ୨୦୨୧ର ତାଜ୍ ର ଅଧିକାରୀ ।

 

ବଲାଙ୍ଗିର :-

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଝିଅ ଜ୍ୟୋତିର୍ମୟୀ କର ମିସ୍ ଓଡ଼ିଆ-୨୦୨୧ର ତାଜ୍ ଜିତିଛନ୍ତି। କେନ୍ଦୁଝରରେ ଆୟୋଜିତ ହୋଇଥିବା ମିସ୍ ଓଡ଼ିଆ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ। ସଵୁ ଜିଲ୍ଲାର ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ସେ ଏହି ପ୍ରତିଯୋଗିତାର ତାଜ୍ ଜିତିଥିବା ଜ୍ୟୋତିର୍ମୟୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଜ୍ୟୋତିର୍ମୟୀ କଣ୍ଟାବାଞ୍ଜି କେଭି ଡିଗ୍ରି କଲେଜର ଯୁକ୍ତତିନିରେ ଅଧ୍ୟୟନ କରୁଛନ୍ତି। ପିଲାଦିନରୁ ତାଙ୍କ ଅଭିନୟ, ଗୀତ, ନାଚ, ମଡେଲିଂ ପ୍ରତି ରୁଚି ରହିଛି। ଏଭଳି ପ୍ରତିଯୋଗିତାରେ ଭାଗ ନେଇ ଜିତିବା ସହ ଫେମିନା ମିସ୍ ଇଣ୍ଡିଆ ଓ ମିସ୍ ୱାର୍ଲଡ କଣ୍ଟେଷ୍ଟରେ ଭାଗ ନେଇ ତାଜ୍ ଜିତିବାର ଲକ୍ଷ୍ୟ ରଖିଥିବା ଦୃଢ଼ତା ର ସହ ସେ କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବାପା ଦୀନବନ୍ଧୁ କର, ମା’ ସ୍ୱପ୍ନା କର, ଭାଇ ଉଦିତ କରଙ୍କ ସହ ପରିବାରବର୍ଗ ଓ ଵନ୍ଧୁ ଵର୍ଗ ସହ ଖୁସି ବ୍ୟକ୍ତ କରିଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଅନ୍ତ ର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.