ବଲାଙ୍ଗୀର :-
ବଲାଙ୍ଗୀର ଜିଲ୍ଲାରେ ଅଭାବନୀୟ ଘଟଣା ଠେକୁଆ ଶିକାର ରାନ୍ଧିବା ପାଇଁ ମନାକରିଵାରୁ ସ୍ତ୍ରୀ କୁ ଟାଙ୍ଗିଆରେ ହତ୍ଯା କଲା ସ୍ବାମୀ ଓ ପରେ ଥାନା ରେ ଆତ୍ମସମର୍ପଣ କଲା, ବଲାଙ୍ଗୀର ଠେକୁଆ ମାଂସ ପାଇଁ ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ହାଣି ହତ୍ୟା କରିଛି ସ୍ବାମୀ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭାରତବାହାଳ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ମୃତ ମହିଳା ଜଣଙ୍କ ଅମ୍ବିକା ନାଏକ ବୋଲି ଜଣାପଡିଛି । ସେହିପରି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ବାମୀ ପୁରନ୍ଦର ସ୍ଥାନୀୟ ଲରମ୍ଭା ଥାନାରେ ଆତ୍ମସମର୍ପଣ ମଧ୍ୟ କରିଥିବା ସୂଚନା ରହିଛି । ସମ୍ପୂର୍ଣ୍ଣ ଘଟଣା ଅନୁସାରେ, ଅମ୍ବିକା ନାଏକ ଘରେ ଏକ ଠେକୁଆ ପାଳିଥିଲେ। ଆଜି ତାଙ୍କ ସ୍ଵାମୀ ପୁରନ୍ଦର ଠେକୁଆକୁ ମାରି ତାର ମାଂସ ରାନ୍ଧିବା ପାଇଁ ସ୍ତ୍ରୀକୁ କହିଥିଲେ। ତେବେ ସ୍ତ୍ରୀ ଏହାକୁ ବାରଣ କରିବାରୁ ଏହାକୁ ନେଇ ଉଭୟ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପୁରନ୍ଦର ସ୍ତ୍ରୀ ଅମ୍ବିକାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଅମ୍ବିକାଙ୍କ ମୃତ୍ୟୁ ହୋଇ ଯାଇଥିଲା ।
ଖବର ପାଇ ଲରମ୍ଭା ପୋଲିସ୍ ଓ ପାଟଣାଗଡ଼ SDPO ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ କୌଣସି କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ତଦନ୍ତ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
