Type Here to Get Search Results !

ବାଘ ଆକ୍ରମଣ ରେ ଶିଶୁ ଙ୍କ ମୃତ୍ୟୁ


ନବରଙ୍ଗପୁର :- 

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ଗ୍ରାମ ର କିଛି ଜନସାଧାରଣ ଏକ ବୋଲେରୋ ଭ୍ୟାନ ଯୋଗେ ଛତିଶଗଡ ରେ ଥିବା ପର୍ଯ୍ୟଟନ ସ୍ଥଳୀ ସିହାୱା ରେ ଅବସ୍ଥିତ ଶିବ ମନ୍ଦିର କୁ ଦର୍ଶନ ଯାଇଥିବା ବେଳେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା l ଚିତା ବାଘ ଆକ୍ରମଣ ରେ ୭ ବର୍ଷର ବାଳକ ର ମୃତ୍ୟୁ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ,  ଅଭିନାଶ ମରକାମ(୭ ବର୍ଷ) ପିତା ନରେନ୍ଦ୍ର ମରକାମ ନିଜ ବାପା ଏବଂ ଗ୍ରାମ ର କିଛି ଲୋକଙ୍କ ସହ ସିହାୱା ଶ୍ରୀଙ୍ଗୀଋଷି ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ, ଏବଂ ସେଠାରେ ସେ ଶିବ ମନ୍ଦିର ପାହାଚ ଚଢ଼ୁଥିବା ବେଳେ ହଟାତ ଏକ ଚିତା ବାଘ ଜଙ୍ଗଲ ମଧ୍ୟରୁ ବାହାରି ଆସି ଅଭିନାଶ ମରକାମ କୁ ଝାମ୍ପିନେଇ ଘୋଷାରି ଘୋଷାରି ଜଙ୍ଗଲ ମଧ୍ୟକୁ ଆନୁମାନିକ ପାଞ୍ଚ କିଲୋମିଟର ନେଇ ଯାଇଥିଲା l ସେଠାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଜଙ୍ଗଲ ମଧ୍ୟରେ ବହୁ ଖୋଜାଖୋଜି କରିବା ପରେ ଅଭିନାଶ କୁ ଗୁରୁତର ଅବସ୍ଥାରେ ପାଇଥିଲେ ଏବଂ ତାଙ୍କୁ ନିକଟସ୍ଥ ହସ୍ପିଟାଲ ରେ ନେଇଯାଇଥଲେ l ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅଭିନାଶ ଙ୍କ ମୃତ୍ୟୁ ହୋଇଯାଇଛି l ସୂଚନା ଥାଉକି ଏହା ପୂର୍ବରୁ ମଧ୍ୟ ସେଠାରେ ଏଭଳି ଘଟଣା ଘଟିଥିବା ଛତିଶଗଡ ର ଜନସାଧାରଣ ଉଲ୍ଲେଖ କରିଛନ୍ତି l ନବରଙ୍ଗପୁର ରୁ ଗୋବିନ୍ଦ ବିଶ୍ବାସ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.