Type Here to Get Search Results !

ପାର୍ବଣ ଋତୁ ରେ ଅଘୋଷିତ ବିଜୁଳି କାଟ, ବୃଦ୍ଧି ପାଉଛି ଜନ ଅସନ୍ତୋଷ

 


ଝାରସୁଗୁଡ଼ା :-

ବର୍ତମାନ ଚାଲିଛି ପାର୍ବଣ ଋତୁ। ଏହି ଅବସରରେ ପ୍ରତି ଘରେ କୁଣିଆ ଙ୍କ ଗହଳି। ଏଭଳି ସମୟରେ ବିଦ୍ୟୁତ୍ ବିଭାଗ ଦ୍ଵାରା ଲୋକେ ପାଉଛନ୍ତି ବିଜୁଳି କାଟ ସମସ୍ୟା। 

ଝାରସୁଗୁଡ଼ା ଜିଲ୍ଲାରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ଅଘୋଷିତ ବିଦ୍ୟୁତ କାଟ ସମସ୍ୟା। ଦିନକୁ ଯଦି ୪ ରୁ ପାଞ୍ଚଥର ବିଜୁଳି କାଟ ନ ହୁଏ ତେବେ ଯେମିତି ବିଜୁଳି ବିଭାଗ କୁ ଶାନ୍ତି ମିଳୁନାହିଁ। ଏହାଦ୍ବାରା ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା। ଦୋକାନ ଗୁଡ଼ିକ ରେ ଗହଳି ଲାଗିଥିବା ବେଳେ ହଠାତ୍ ବିଜୁଳି କଟିଯିବାରୁ ଦୋକାନୀ ଓ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଉପାନ୍ତ ଅଞ୍ଚଳ ଯେପରି ଲଖନପୁର, କୋଲାବିରା, ଲଇକେରା, କୀର୍ମିରା ଆଦି ଅଞ୍ଚଳରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ଅନ୍ୟପଟେ ବେଲପାହାଡ଼, ବ୍ରଜରାଜନଗର ଓ ଝାରସୁଗୁଡ଼ା ସହରରେ ମଧ୍ୟ ବିଜୁଲିଗତ ସମସ୍ୟାରେ ତ୍ରାହି ତ୍ରାହି ହେଲାଣି ସାଧାରଣ ଜନତା।

 ପାର୍ବଣ ଋତୁ ରେ ଘରେ କୁଣିଆ ଙ୍କ ଆଗମନ ବେଳେ ଏହି ସମସ୍ୟା ଆହୁରି ଦ୍ଵିଗୁଣିତ ହୋଇ ଯାଉଛି। ପିଲାଙ୍କ ପାଠପଢା, ଅଫିସ କାର୍ଯ୍ୟ ସବୁଠାରେ ଦେଖାଯାଉଛି ସମସ୍ୟା। ବିଜୁଳି ବିଭାଗ ର ଖାମଖିଆଲି ନୀତି ଯୋଗୁ ଅସୁବିଧା ର ସମ୍ମୁଖୀନ ହେଉଛି ସାଧାରଣ ଲୋକ ଟିଏ।  ଏନେଇ ତେଜିଛି ଲୋକଙ୍କୁ ମଧ୍ୟରେ ଅସନ୍ତୋଷ ର ନିଆଁ। ତେବେ କତୃପକ୍ଷ ଯଦି ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗକୁ ଏହି ଅସନ୍ତୋଷ ଜନଆନ୍ଦୋଳନ ରେ ପରିଣତ ଯେ ନହେବ କିଏ କହିପାରେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.