ବ୍ରଜରାଜନଗର / ଲଖନପୁର :-
ଝାରସୁଗୁଡ଼ା ସମ୍ବଲପୁର କୁ ସଂଯୋଗ କରୁଥିବା ରଂପେଲା ବ୍ରିଜ ରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ଗୁରୁତର ଙ୍କୁ ଉଦ୍ଧାର କଲା ବନହରପାଲି ପୋଲିସ।
ଘଟଣା ଅନୁସାରେ ଆଜି ସନ୍ଧ୍ୟାରେ ଏକ ମଟର ସାଇକେଲ ଯୋଗେ ଜଣେ ମହିଳା ଓ ଜଣେ ପୁରୁଷ ସମ୍ବଲପୁର ଅଭିମୁଖେ ରାମ୍ପେଲା ବ୍ରିଜ ରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲେ। ତେବେ ସ୍ଥାନୀୟ ଅଧିବାସୀ ସେମାନଙ୍କୁ ଉଦ୍ଧାର କରିବା ସହ ବନହରପାଲି ପୋଲିସ କୁ ସୂଚନା ଦେଇଥିଲେ। ରକ୍ତସ୍ରାବ ହେତୁ ଦୁହିଁଙ୍କ ଅବସ୍ଥା ଗୁରୁତରହିଥିବା ସୂଚନା ମିଳିଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ କୁ ପଠାଇଥିବା ସୂଚନା ମିଳିଛି। ଲଖନପୁର ରୁ ସମୀର ଙ୍କ ରିପୋର୍ଟ
