Type Here to Get Search Results !

ମୃତ ସାମ୍ବାଦିକଙ୍କ ପରିବାରକୁ ସରକାରୀ କୋଭିଡ ଅନୁଦାନ ରାଶି ପ୍ରଦାନ ଦାବି

 


ଝାରସୁଗୁଡା : -

ଝାରସୁଗୁଡା ଜିଲ୍ଲାରେ ଏକ ୱେବ ପୋର୍ଟାଲରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସୁବାଷ ସାହାରେଙ୍କ ପରିବାରକୁ ସରକାରୀ କୋଭିଡ ଅନୁଦାନ ରାଶି ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଏଥିପାଇଁ ଆଜି ସ୍ୱର୍ଗତ ସୁବାଷ ସାହାରେଙ୍କ ଧର୍ମପତ୍ନୀ ଗୀତା ସାହାରେ, ଝାରସୁଗୁଡା ପ୍ରେସ କ୍ଲବର ସଭାପତି ସନ୍ତୋଷ ମିଶ୍ର ତଥା ସଦସ୍ୟ ଏବଂ ସ୍ଥାନୀୟ ସମାଜସେବୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି ଯେ, ଗତ ଏପ୍ରିଲ ୨୪ ତାରଖରେ ସୁବାଷ ଥଣ୍ଡା, କାଶ ରେ ପିଡିତ ହେବାସହ ସ୍ୱାଶ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗିଥିଲେ । ଫଳରେ ସେ ଆଣ୍ଟିଜେନ ଟେଷ୍ଟ କରାଇଥିଲେ । ହେଲେ ଆଂଟିଜେନ ଟେଷ୍ଟରେ ତାଙ୍କର ନେଗେଟିଭ ରିପୋର୍ଟ ଆସିଥିଲା । ତେବେ ସୁବାଷଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ପରିବାର ଲୋକେ ଗତ ଏପ୍ରିଲ ୨୫ ତାରିଖରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ହେଲେ ମଧ୍ୟ ସୁବାଷଙ୍କ ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ପରିବାରଲୋକେ ଏକ ଘରୋଇ ହସ୍ପିଟାଲରେ ସିଟି ସ୍କାନ କରାଇଥିଲେ । ସିଟି ସ୍କାନ ପରେ ସୁବାଷ କୋଭିଡରେ ପିଡିତ ଥିବା ଜଣା ପଡିଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କୁ ସିଟିସ୍କାନ ରିପୋର୍ଟ ଦେଖାଇ ସୁବାଷଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଥିଲେ । ହେଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତୁପକ୍ଷ ସୁବାଷଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିନଥିଲେ । ଫଳରେ ଉପଯୁକ୍ତ ଚିକିତ୍ସା ନପାଇ କୋଭିଡରେ ସାମ୍ବାଦିକ ସୁବାଷ ସାହାରେ ଗତ ଏପ୍ରିଲ ୨୮ ତାରିଖ ପ୍ରାଣ ହରାଇଥିଲେ । ଏହାପରେ ତାଙ୍କର ମୃତହେଦକୁ ଘରକୁ ଆଣାଯାଇଥିଲା । ହେଲେ କିଛି ସମୟପରେ କୋଭିଡ ମାଜିଷ୍ଟେଟ୍ର, ଉପ ଜିଲ୍ଲାପାଳ ଏବଂ ପୁଲିସ ଦଳ ଆସି ସୁବାଷଙ୍କ ମୃତଦେହକୁ ସରକାରଙ୍କ କୋଭିଡ ନିୟମ ଅନୁଯାୟ, ଏଚ କଁଟାପାଲି ସ୍ଥିତ କୋଭିଡ ମୃତଦେହ ପୋଡା ଯାଉଥିବା ସ୍ଥାନରେ ସତ୍କାର କରିଥିଲେ । ଯାହା ସୁବାଷ ସାହାରେ କୋଭିଡରେ ପ୍ରାଣ ହରାଇଥିବା ସ୍ପଷ୍ଟ କରୁଛି । ତେଣୁ ଶ୍ରୀ ସାହାରେଙ୍କ ପରିବାରକୁ କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ଦିଆଯାଉଥିବା କୋଭିଡ ସହୟତା ରାଶି ପ୍ରଦାନ କରାଯାଉ ବୋଲି ସୁବାଷଙ୍କ ପତ୍ନୀ ଗୀତା ସାହାରେ ଦାବି କରିଛନ୍ତି । 

ଝାରସୁଗୁଡ଼ା ରୁ ସୁରେଶ୍ କଲତା ଙ୍କ ରିପୋର୍ଟ



Post a Comment

0 Comments
* Please Don't Spam Here. All the Comments are Reviewed by Admin.