ବଲାଙ୍ଗିର :-
ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିଲା ବିଜେପିର ୩ ଜଣିଆ କେନ୍ଦ୍ରୀୟ ଟିମ । ହତ୍ୟାକାଣ୍ଡକୁ ନେଇ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଗତକାଲି ମମିତାଙ୍କ ପରିବାରକୁ ଭେଟିଥିଲା କଂଗ୍ରେସର କେନ୍ଦ୍ରୀୟ ଟିମ ।
ବଲାଙ୍ଗୀର: ଝରଣୀ ଗ୍ରାମରେ ପହଞ୍ଚି ମମିତାଙ୍କ ପରିବାରବର୍ଗଙ୍କୁ ଭେଟିଲା ବିଜେପି କେନ୍ଦ୍ରୀୟ ଟିମ୍ । ମମିତା ମେହେର ହତ୍ୟାକାଣ୍ଡ ନେଇ ପରିବାର ଲୋକଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛି କେନ୍ଦ୍ରୀୟ ଟିମ୍ । ତେବେ ଘଟଣାରେ ଗୋବିନ୍ଦ ସାହୁ ସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ରହିଥିବା ନେଇ ଅଭିଯୋଗ କରିଛି ବିଜେପିର କେନ୍ଦ୍ରୀୟ ଟିମ । ଏଥିବା ଘଟଣାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କୁ ଗିରଫ କରିବାକୁ ଦାବି ଉଠଛି ।ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେକୁ ଗିରଫ କରିଛି । ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହେଉଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏନେଇ ବିଜେପିର କେନ୍ଦ୍ରୀୟ ଟିମ ଝରଣୀ ଗ୍ରାମରେ ମମିତାଙ୍କ ପରିବାରକୁ ଭେଟିଛି । ଏହି ମାମଲରେ ପୋଲିସ ନିରପେକ୍ଷ ତଦନ୍ତ କରୁ ନଥିବା ଅଭିଯୋଗ ହୋଇଛି । ସିବିଆଇ କିମ୍ବା କୋର୍ଟଙ୍କ ତତ୍ବାବଧାନରେ ତଦନ୍ତ ହେଉ ବୋଲି ବିଜେପି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ।
ମମିତାଙ୍କ ପରିବାରକୁ ଭେଟିବା ପରେ ବିଜେପିର କେନ୍ଦ୍ରୀୟ ଟିମ ମହାଲିଙ୍ଗ ସ୍କୁଲ ଗସ୍ତ କରିବେ । ସେଠାରେ ମମିତାଙ୍କ ଦେହାବଶେଷ ମିଳିଥିବା ସ୍ଥାନର ଅନୁଧ୍ୟାନ କରିବେ ଏହି ଦଳ । ବିଜେପି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ, ସାଂସଦ ସୁନିତା ଦୁଗଲ ଓ ବିଧାୟିକା ରୁପା ମିତ୍ର ପ୍ରମୁଖଙ୍କ ସହ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ସାମିଲ ଅଛନ୍ତି।
ରାୟପୁରରୁ ବଲାଙ୍ଗୀରରେ ପହଞ୍ଚିଛି ବିଜେପି ପ୍ରତିନିଧି ଦଳ । ବିଭିନ୍ନ ଦିଗକୁ ତର୍ଜମା କରିବା ପରେ ଏହି ପ୍ରତିନିଧି ଦଳ ଏକ ରିପୋର୍ଟ ପ୍ରସ୍ତୁତ କରି ବିଜେପି ଜାତୀୟ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ଜୋର ହୋଇଛି । ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭଯୋଗ ହେଉଥିବାରୁ ଏନେଇ ସମସ୍ତ କସରତ କରୁଛନ୍ତି ବିରୋଧୀ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
