Type Here to Get Search Results !

ପଦ୍ମପୁର ବିଜେପିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ



ପଦ୍ମପୁର :-

ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ନୃସିଂହନାଥ ସ୍ଥିତ IOCL ଅତିଥି ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ସରୋଜ ପାଣିଗ୍ରାହୀଙ୍କ ଆବାହକତ୍ବରେ ତଥା ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତା ରେ ଉକ୍ତ ବୈଠକ ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ,ରାଜ୍ଯ କୃଷକ ମୋର୍ଚ୍ଚା କାର୍ଯ୍ଯକାରିଣୀ ସଦସ୍ଯ ଗୋବର୍ଦ୍ଧନ ଅଗ୍ରୱାଲ,ରାଜ୍ଯ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର,ରାଜ ବୋଡାସମ୍ବର ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ,ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ,ବରିଷ୍ଠ ନେତା ହାଡୁ ସାହୁ,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ପୁରୁଷୋତ୍ତମ ନାଏକଙ୍କ ସମେତ ସମସ୍ତ ମଣ୍ତଳ ସଭାପତି ମଞ୍ଚାସୀନ ରହିଥିଲେ । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଫଳ ରଣନୀତି ପ୍ରସ୍ତୁତ କରିଥିଲେ । ବୈଠକରେ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ସଂରକ୍ଷଣ ସ୍ଥିତିକୁ ସମାଲୋଚନା କରାଯିବା ସହ ଏହା ସରକାରୀ ଦଳ ଦ୍ବାରା ତିଆରି କରା ଯାଇଥିବା ଚିଠା ବୋଲି ମତପ୍ରକାଶ ପାଇଥିଲା । ତଥାପି ଭାରତୀୟ ଜନତା ପାର୍ଟି ପୂର୍ବତନ ବିଧାୟକଙ୍କ ଭାବମୂର୍ତ୍ତି ଏବଂ ତୃଣମୂଳ ସ୍ତରରେ ଥିବା ସଂଗଠନ ର ଶକ୍ତିକୁ ନେଇ ନିର୍ବାଚନ ଲଢିବ ଏବଂ ସାଧାରଣ ଜନତାଙ୍କ ବିଶ୍ବାସ ଭାଜନ ହୋଇ ନିର୍ବାଚନ ଜିତିବା ନେଇ ବିଶ୍ବାସ ପ୍ରକଟ କରା ଯାଇଥିଲା । ଆଗାମୀ ନଭେମ୍ବର ୮ ତାରିଖରେ ଏକ ଯୁବ ସମାବେଶ କରାଯିବାକୁ ନିଷ୍ପତ୍ତି ନେବା ସହ ପାର୍ଟି କୃଷକ ମାନଙ୍କ ସମସ୍ଯା କୁ ନେଇ ସରକାର ଓ ପ୍ରଶାସନ କୁ ଘେରିବ ବୋଲି ନିଷ୍ପତ୍ତି ନେଇଛି । ବୈଠକ ଶେଷରେ ଦଳର ନେତୃବୃନ୍ଦ ପୃଥକ ପୃଥକ ଭାବେ ମଣ୍ତଳ ସଭାପତି ଓ ବରିଷ୍ଠ କାର୍ଯ୍ଯକର୍ତ୍ତାଙ୍କ ସହ ପଞ୍ଚାୟତ ର ସାଙ୍ଗଠାନିକ ସ୍ଥିତି ଉପରେ ବିଚାର ବିମର୍ଶ କରିଥିଲେ । ବୈଠକ ରେ ନିର୍ବାଚନ ମଣ୍ଡଳୀର ୫୮ ଟି ପଞ୍ଚାୟତ ରୁ ଶତାଧିକ ସକ୍ରିୟ କାର୍ଯ୍ଯକର୍ତ୍ତା ଯୋଗଦାନ ଦେଇଥିବା ବେଳେ ଡା.ଲମ୍ବୋଦର ପଣ୍ତା ସମସ୍ତ କାର୍ଯ୍ଯକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.