Type Here to Get Search Results !

ଶିକ୍ଷୟତ୍ରି ମମିତା ମେହେରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଗୃହ ମନ୍ତ୍ରୀଙ୍କ ବହିସ୍କାର ଦାବିକରି ବିକ୍ଷୋଭ କଲା ରାଜ୍ୟ ମହିଳା କଂଗ୍ରେସ


ଭୁବନେଶ୍ୱର :- 

କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡାର ମହାଲିଙ୍ଗ ସନସାଇନ ପ୍ଲବିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କୁ କଠୋର ଦଣ୍ଡ ଦେବା ଓ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରିବା ଦାବିରେ ପ୍ରଦେଶ ମହିଳା କଂଗ୍ରେସ କମିଟି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମିଳିତ ଆନୁକୂଲ୍ୟରେ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । 

      ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଧାୟକ ସନ୍ତୋଷ ସିଂ ସାଲୁଜା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକରେ ପଂହଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଥିଲେ ଉକ୍ତ ବିଦ୍ୟାଳୟର ମୁଖ୍ୟ ଗୋବିନ୍ଦ ସାହୁ ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି । ଓଡ଼ିଶା ସରକାରଙ୍କର ବହୁ ମନ୍ତ୍ରୀ ବିଶେଷ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଘନିଷ୍ଠ ସଂପର୍କ । କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତି ଅତିଥି ହୋଇ ଯାଇଥିବାର ପ୍ରମାଣ ମିଳୁଛି । ଦୀର୍ଘ ୧୦ ଦିନ ଧରି ଶିକ୍ଷୟତ୍ରୀ ମମିତା ନିଖୋଜ ହୋଇଥିଲେ ମଧ୍ୟ ପୋଲିସ ବିଭାଗର ତଦନ୍ତ ବର୍ତମାନ ସଂଦେହ ଘେରକୁ ଆସିଛି । ପୋଲିସ ଜାଣିସୁଣି ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଛାଡ଼ି ଦେଇ ପ୍ରମାଣ ନଷ୍ଟ କରିବାପାଇଁ ସୁଯୋଗ ଦେଇଛି । ଯାହାକି ଏବେ ପୋଲିସ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇତି ମଧ୍ୟରେ ଶିକ୍ଷୟତ୍ରୀଙ୍କ ବାପା ଅଭିଯୋଗ କରି କହିଛନ୍ତି ଉକ୍ତ ସ୍କୁଲରେ ଗୁପ୍ତ କୋଠରୀ ଅଛି ଏହି ଗୁପ୍ତ କୋଠାରୀରେ ଅଧିକାଂଶ ସମୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆସି ରୁହନ୍ତି ଏବଂ ଏଠାରେ ଅନେକ ଗୁଡ଼ିଏ ଅନୈତିକ କାର୍ଯ୍ୟ ଚାଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବାରୁ ପୋଲିସ ଜାଣିସୁଣି ତଦନ୍ତରେ ହେଳା କରୁଛି । ମମିତା ମେହେରଙ୍କ ଦୁଷ୍କର୍ମ ଓ ହତ୍ୟାର ଏବଂ ତାଙ୍କ ପରିବାରକୁ ନ୍ୟାୟ ଦାବି କରି ଗିରଫ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁଙ୍କୁ କଠୋର ଦଣ୍ଡ ଏବଂ ଏ ହତ୍ୟାରେ ସଂପୃକ୍ତ ଥିବା ଗୃହମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିବା ସହିତ ଗିରଫ କରନ୍ତୁ ନଚେତ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଯାଇ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତେଇ ଦେଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତଳିକା ଦାହ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ସାହୁ, ରଶ୍ମି ମହାପାତ୍ର, ପ୍ରାଚୀ ମିଶ୍ର, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, କୁସୁମ ପ୍ରଧାନ, ଗିତାଞ୍ଜଳି ମେହେର, ଶ୍ରୀୟାସ୍ମିତା ପଣ୍ଡା, ଚୈତାଳୀ ପଟ୍ଟନାୟକ, ସିଲି ସେଠୀ, ଉର୍ବଶ୍ରୀ ମିଶ୍ର, ମୁନି ଥାପ୍ପା, ସୁବତ୍ର ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମୋହନ ଜେନା, ପ୍ରକାଶ ମିଶ୍ର, ସୌଭାଗ୍ୟଲକ୍ଷ୍ମୀ ଦାସ, ରଞ୍ଜିତ ପାତ୍ର, ଅଜୟ ସାହୁ, ବଟକୃଷ୍ଣ ରାଉତରାୟ, ଅଶୋକ ଦାସ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.