Type Here to Get Search Results !

ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଜର୍ଜଗଡ ସତ୍ଯାନନ୍ଦ ଲୁହାର


ପଦ୍ମପୁର :-

ପାଇକମାଲ ବ୍ଲକ ଜର୍ଜଗଡ ଗ୍ରାମର ସତ୍ୟାନନ୍ଦ ଲୁହାରଙ୍କ ଦୁର୍ଘଟଣାର ୨୨ ଦିନ ପରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି । ସେପ୍ଟେମ୍ବର ୨୪ ତାରିଖରେ ଜଣେ ବାଇକ ଚାଳକଙ୍କ ପଛପଟେ ବସି ପଦ୍ମପୁର ପଟକୁ ପାଇକମାଲ କୁ ଆସୁଥିବା ସମୟରେ ଭାରସାମ୍ଯ ହରାଇ ପଡିଯାଇଥିଲେ । ଚାଳକ ସାମାନ୍ଯ ଆହତ ହେବା ସହ ପଛପଟେ ବସିଥିବା ସତ୍ୟାନନ୍ଦ ଲୁହାର ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲାରେ ନେଇ ଚିକିତ୍ସିତ କରା ଯାଉଥିଲା । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ଯୁ ହୋଇ ଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୬୨ ବର୍ଷ ବୟସ ହେଉଥିଲା । ତାଙ୍କର ପଛରେ ସ୍ତ୍ରୀ କୁନ୍ତି,ଝିଅ ଆରତୀ,ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ମୃତ୍ୟୁରେ ଜର୍ଜଗଡ ରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମେଳାପୀ ଓ ଧର୍ମ ପରାୟଣ ବ୍ଯକ୍ତି ଥିଲେ । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନନ୍ଦଙ୍କ ସମୁଦି ଅଟନ୍ତି ।

ବରଗଡ଼ ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.