ଝାରସୁଗୁଡା :-
ଜଣାଶୁଣା ସାମାଜିକ ସଂଗଠନ ଲାୟନ୍ସ କ୍ଲବର ଝାରସୁଗୁଡା ଶାଖା ଦ୍ୱାରା କାନ୍ଧ, ପିଠି, ଆଣ୍ଠୁ ଇତ୍ୟାଦିରେ ପୀଡିତ ରୋଗୀଙ୍କୁ ଆରାମଦାୟକ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ତିନି ଦିନିଆ ଫିଜିଓଥେରାପି ଶିବିର ଆରମ୍ଭ୍ ହେଇଛି। ଲାୟନ୍ସ କ୍ଲବ ଅଧ୍ୟକ୍ଷା ମଧୁମିତା ଶୁଭନୀଲଙ୍କ ନେତୃତ୍ୱରେ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ପୁଲିସ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଉଦଘାଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଲ୍ ଏମ ରାଉତରାୟ ମଧ୍ୟ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ରାଜସ୍ଥାନର ଉଦୟପୁରର ବରିଷ୍ଠ ଫିଜିଓଥେରାପିଷ୍ଟ ଡାକ୍ତର ଡାକ୍ତର ରୋହିତ କୁମାରଙ୍କ ନେତୃତ୍ୱରେ ଏହି ତିନି ଦିନିଆ ଶିବିରରେ ଅନିଲ ଯାଦବ, ରାକେଶ କୁମାର, ହରପାଲ ଚରଣ ଇତ୍ୟାଦି ଙ୍କ ଦ୍ଵାରା ୨୦୦ ଜଣଙ୍କ ଚିକିତ୍ସା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜିର ଶିବିର ଉଦଘାଟନ କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ବାଲଗୋବିନ୍ଦ୍ ମିଶ୍ର, ଏଚ ସି ଗୁପ୍ତ,ସି କେ କେଡିଆ,ଏସ କେ ସୁଭ୍ନିଲ,ମହେନ୍ଦ୍ର କେଡ଼ିଆ,ସଞ୍ଜୟ ସରୱାଗି,ସୁଧୀର ମହାପାତ୍ର,ସରୋଜ ପଣ୍ଡା, ପଵନ ସୁଲ୍ଟାନିଆ, ଓମ୍ ପ୍ରକାଶ ଖେତାନ,ପଙ୍କଜ ସୁକ୍ତାନିଆ, କବିତା ପଣ୍ଡା, ବୈଭବ ଗୁପ୍ତା,ବନ୍ଦନା ପଟେଲ, ରଣଜିତା ବରପଣ୍ଡା ଇତ୍ୟାଦି ମଧ୍ୟ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ରୁ ସୁରେଶ୍ କଲତା ଙ୍କ ରିପୋର୍ଟ
