Type Here to Get Search Results !

ବଢିଲା ଦିଆସିଲି ମୂଲ୍ୟ, ୧ ଟଙ୍କା ବଦଳରେ ହେବ ୨ ଟଙ୍କା

 

ଭୁବନେଶ୍ୱର :-

ଦୈନନ୍ଦିନ ଜୀବନରେ ଦିଆସିଲି ର ବ୍ୟବହାର ବେଶ୍ ଦରକାରୀ। ରନ୍ଧା ସାଳ ରୁ ନେଇ ଅନେକ କାର୍ଯ୍ୟରେ ଏହା ର ଉପଯୋଗ ମଣିଷ କରିଥାଏ। ଯଦି ବି ଦିଆସିଲି ର ବିକଳ୍ପ ହିସାବରେ ଲାଇଟର ବଜାରକୁ ଆସି ସାରିଛି ତେବେବି ଦିଆସିଲି ର ମୂଲ୍ୟବୋଧ କମିନାହିଁ। ସ୍ୱଳ୍ପ ମୂଲ୍ୟ ହୋଇଥିବା ହେତୁ ପ୍ରତ୍ୟେକ ଘରେ ବାହାରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି । କିନ୍ତୁ ବର୍ତ୍ତମାନ ଏହା ବୃଦ୍ଧି ହେବାକୁ ଯାଉଛି। ମ୍ୟାଚ୍ ବକ୍ସ ଯାହାର ମୂଲ୍ୟ ୧୪ ବର୍ଷର ବ୍ୟବଧାନ ପରେ ବୃଦ୍ଧି ହେବାକୁ ଯାଉଛି। ଏକ ଟଙ୍କାରେ ଉପଲବ୍ଧ ହେଉଥିବା ଏକ ମ୍ୟାଚ୍ ବକ୍ସ ବର୍ତ୍ତମାନ ୨ ଟଙ୍କାରେ ଉପଲବ୍ଧ ହେବ ଏବଂ ନୂତନ ମୂଲ୍ୟ ଡିସେମ୍ବର ୧ ରୁ ଲାଗୁ ହେବ। ପୁର୍ବରୁ ୨୦୦୭ ରେ ମୂଲ୍ୟ ବୃଦ୍ଧି ପାଇଥିଲା। ତେବେ ଏ ମଧ୍ୟରେ ଅନେକ ସାମଗ୍ରୀ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଦିଆସିଲି ମୂଲ୍ୟ ବୃଦ୍ଧି ହୋଇ ନଥିଲା। ଏହାକୁ ନେଇ ଦିଆସିଲି ଉଦ୍ୟୋଗୀ ବହୁ କ୍ଷତି ସହୁଥିବା ଯୋଗୁଁ ଏଥିରେ ଏକ ଟଙ୍କା ମୂଲ୍ୟ ବୃଦ୍ଧି କରା ଯାଇଛି। ବ୍ୟୁରୋ ରିପୋର୍ଟ।





Post a Comment

0 Comments
* Please Don't Spam Here. All the Comments are Reviewed by Admin.