Type Here to Get Search Results !

ଚିର ନିଦ୍ରାରେ କମ୍ରେଡ ବାସୁଦେବ

 

ଲଖନପୁର :-

ବୁଡି ଅଞ୍ଚଳ ପାଇଁ ଜୀବନ ସାରା ସଂଗ୍ରାମ କରିଥିବା କମ୍ୟୁନିଷ୍ଟ ନେତା କମ୍ରେଡ୍ ବାସୁଦେବ ଭୋଇ ଙ୍କ ଆଜି ନିଧନ ହୋଇଛି। ସ୍ବର୍ଗତ ବାସୁଦେବ ଜଣେ ସରଳ ମଣିଷ ହୋଇ ଜୀବନ ସାରା ବୁଡ଼ି ଅଞ୍ଚଳ ବାସୀଙ୍କ ପାଇଁ ସଂଗ୍ରାମ କରି ଆସୁଥିଲେ। ସେ ସ୍ବର୍ଗତ ପ୍ରସନ୍ନ ପଣ୍ଡା ଙ୍କ ଅତି ଘନିଷ୍ଠ ବନ୍ଧୁ ଓ ସହଯୋଗୀ ରୁପେ ବେଶ୍ ପରିଚିତ ଥିଲେ। ତାଙ୍କରି ବିୟୋଗ ରେ ସମସ୍ତ ଅଞ୍ଚଳବାସୀ ସ୍ଥବ୍ଦ ଓ ଶୋକଗ୍ରସ୍ତ ହୋଇ ପଡିଛନ୍ତି। 

ଆଜିର ଏହି ଅପୂରଣୀୟ କ୍ଷତି ସମୟରେ ଏକ ଅପ୍ରୀତିକର ଘଟଣା ସାମ୍ନା କୁ ଆସିଛି। ଏକ ସଂଗ୍ରାମୀଙ୍କ ଦେହାନ୍ତ ପରେ ମଧ୍ୟ କୌଣସି ରାଜନେତା ନା ଏ ପର୍ଯ୍ୟନ୍ତ ଶୋକ ପ୍ରକାଶ କରିଛନ୍ତି ନା କେହି ତାଙ୍କ ଶୋକସନ୍ତପ ପରିବାର କୁ ଶାନ୍ତ୍ବନା ଦେବାକୁ ଆସିଥିଲେ। ଯାହାକୁ ନେଇ ସମଗ୍ର ଲଖନପୁର ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଏଭଳି ଅପୂରଣୀୟ କ୍ଷତି ସମଗ୍ର ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜଖା ଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.