Type Here to Get Search Results !

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଦୁର୍ନୀତି: ପୁଣି ଆମରଣ ଅନଶନ କରିବାକୁ ଚେତାବନୀ


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହାଲ ପଞ୍ଚାୟତର ବିଜାଡିହି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଦୁର୍ନୀତି ହୋଇଥିବା ର ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ମାନଙ୍କୁ ଘର ଯୋଗାଇ ନଦେଇ ନାମ ତାଲିକା ରୁ ବାଦଦେଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ଯୋଗାଇ ଦେଇଥିବାରୁ ସେପ୍ଟେମ୍ବର ୭ ତାରିଖ ଗ୍ରାମର ଝସକେତନ ସାହୁ,ଯାଦବ ସାହୁ,ବିଶାଖା ସାହୁ,ଜୟଦେବ ସାହୁ,ଦୁର୍ଯ୍ୟୋଧନ ସାହୁ,ବିଶ୍ଵାମିତ୍ର ସାହୁ,ସୁରେନ୍ଦ୍ର ସାହୁ ପାଇକମାଲ ବିଡିଓ ଅଫିସ କାର୍ଯ୍ଯାଳୟ ସମ୍ମୁଖରେ ଅନଶନ ଧାରଣା ଦେଇଥିଲେ । ପଞ୍ଚାୟତ କାର୍ଯ୍ଯ ନିର୍ବାହ ଅଧିକାରୀ ପ୍ରକୃତ ହିତାଧିକାରୀ ମାନଙ୍କର ନାମ ତାଲିକାରୁ କାଟିଦେଇ ଅଯୋଗ୍ଯ ହିତାଧିକାରୀ ମାନଙ୍କୁ ସଲାସୁତୁରା ପ୍ରିୟାପିତି ପୋଷଣ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇ ଦେଇଥିଲେ । ଏହା ଜାଣିଲା ପରେ ଉଲ୍ଲିଖିତ ବ୍ଯକ୍ତି ମାନେ କାର୍ଯ୍ୟନିର୍ବାହ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣି ଅନଶନ କରିଥିଲେ । ପାଇକମାଲ ବିଡିଓ ଏହା ଜାଣି ସଂପୃକ୍ତ ବ୍ଯକ୍ତି ମାନଙ୍କୁ ଘର ଯୋଗାଇ ଦିଆଯିବ ଓ କାର୍ଯ୍ୟନିର୍ବାହ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇ ପ୍ରବୋଧନା ଦେଇଥିଲେ ଓ ଅନଶନ କାରୀ ମାନେ ଧାରଣାରୁ ଉଠିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ବିଡିଓ ମହାଶୟା କୌଣସି ପ୍ରକାର ପଦକ୍ଷେପ ନେଇ ନଥିବାରୁ ସଂପୃକ୍ତ ବ୍ଯକ୍ତି ମାନେ ଆଗାମୀ ତାରିଖ ୨୭ ୵ ୧୦ ରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ କଲେ ପୁଣି ଆମରଣ ଅନଶନ କରିବେ ବୋଲି ପ୍ରକାଶ କରିଛନ୍ତି । ଆଉ ଏଥିରେ ବିଡିଓ ମହାଶୟା ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି ।ପଦ୍ମପୁର ଉପ ଜିଲ୍ଲାପାଳ,ବରଗଡ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.