Type Here to Get Search Results !

ଭଲ କବିତା ବୁଝେଇ ଦିଏ ଦୁଃଖର ରଙ୍ଗ ଓ ଆନନ୍ଦର ପରିଭାଷା


ଧାମନଗର : -

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧାମନଗର ମହାବିଦ୍ୟାଳୟ ଠାରେ ଆଜି ଓଡ଼ିଆ ଜାତି ଓ ଓଡ଼ିଆ ସଂସ୍କୃତି କୁ ନେଇ କବିତା ପାଠ ଅନୁଷ୍ଠିତ ହୋଇଯାଇଛି। କବିତା ହେଉଛି ସାହିତ୍ୟର ସବୁଠାରୁ ସୁକ୍ଷ୍ମତମ ଓ ସୁକୁମାର ବିଭାଗ। ଏହା ଆମ ଜୀବନର ରହସ୍ୟ  ବୁଝାଇବା ସହ ନମ୍ର ଓ ନିରହଙ୍କାର କରେ। ଭଲ କବିତା ମଣିଷ ସାମ୍ନାରେ ଦୁଃଖର ରଙ୍ଗ, ଲୁହର ସ୍ୱାଦ, ଯନ୍ତ୍ରଣାର ସ୍ଥାପତ୍ୟ ଓ ଆନନ୍ଦ କାରୁକାର୍ଯ୍ୟ ତୋଳି ଧରେ, ହୃଦୟକୁ ଆଲୋକିତ ଓ ଆଲୋଡିତ କରେ ବୋଲି ଧାମନଗର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା ଆୟୋଜିତ "ଭଲ କବିତାର ପରିଭାଷା" ଶୀର୍ଷକ ସମ୍ଫାନ ଓ ସ୍ୱାଗତୋତ୍ସବ ପ୍ରକାଶ ପାଇଛି। ଅଧ୍ୟକ୍ଷ, ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ପୌରହିତରେ ଅନୁଷ୍ଠିତ ଏହି ସଭାରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ତଥା ବିଶିଷ୍ଟ କବି ମଧୁସୂଦନ ଦାଶ ମୁଖ୍ୟ ଅତିଥି ଏବଂ ଭଦ୍ରକ ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟିର ସଭାପତି ପିତାମ୍ବର ସାମଲ ସଂମାନିତ ଅତିଥି ରୂପେ  ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଉପରେ ସାରଗର୍ଭ ବକ୍ତବ୍ୟ ରଖିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ ପ୍ରଶାନ୍ତ କୁମାର ପରିଡା ସ୍ୱାଗତ ସମର୍ଦ୍ଧନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଆଦ୍ୟାରଶ୍ମି ମିଶ୍ର ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରରିପ୍ରେକ୍ଷୀରେ ଅଧକ୍ଷ ଶ୍ରୀ ପାଣିଗ୍ରାହୀଙ୍କ ଏକାଡେମୀ ପୁରସ୍କାର ପ୍ରାପ୍ତ 'ଗପର ମୁହଁ' ପୁସ୍ତିକାର ନୂଆ ସଂସ୍କରଣ ଉନ୍ମଚିତ ହୋଇଥିଲା। ଯୁକ୍ତ ୩ର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୩ର ଦ୍ଵତୀୟ ବର୍ଷ ଛାତ୍ରଛାତ୍ରୀମାନେ ସ୍ୱାଗତ ଜଣାଇ ଉପହାର ପ୍ରଦାନ କରିଥିଲେ। ଅତିଥିଙ୍କୁ ମଧ୍ୟ ଓଡ଼ିଆ ବିଭାଗ ଓ ମହାବିଦ୍ୟାଳୟ ତରଫରୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ତରଫରୁ ରଞ୍ଜିତା ପଣ୍ଡା, ସ୍ୱର୍ଣ୍ଣଲତା ତ୍ରିପାଠୀ, ଲଷ୍ମୀପ୍ରିୟ ସୁତାର ଇତିସ୍ମିତା ପଣ୍ଡା ପ୍ରବନ୍ଧ ଉପସ୍ଥାନ କରିଥିଲା ବେଳେ ମୋନାଲିସା ମହାନ୍ତି, ମାମୁନି ଜେନା, ଦୀପା ଜେନା ସ୍ୱାଗତ ସଙ୍ଗୀତ ଓ କୁମାର ପୂର୍ଣ୍ଣିମା ଉପଲକ୍ଷେ ଫୁଲ ବଉଳବେଣୀ  ସଙ୍ଗୀତ ସହାୟକ ପ୍ରକାଶ ମହାପାତ୍ରଙ୍କ ନିର୍ଦେଶନାରେ ଗାନ କରିଥିଲେ। ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମ୍ପାନ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.