ଝାରସୁଗୁଡ଼ା :-
କୋଭିଡ ମହାମାରୀ ସମୟରେ ବହୁ ଜୀବନ ଦୀପ ଲିଭିଯାଇଥିଲା। ବହୁ କୋଭିଡ ଯୋଦ୍ଧା ନିଜ ଜୀବନ କୁ ବାଜି ଲଗେଇ ନିଜ କର୍ତ୍ତବ୍ୟ ପାଳନ କରିଥିଲେ ସତ କିନ୍ତୁ ଲିଭିଜାଇଥିଲା ଅନେକଙ୍କ ଜୀବନ ଦୀପ।
ସେହିପରି ଦୁଇ ଦିବଂଗତ ସାମ୍ବାଦିକ ଝାରସୁଗୁଡ଼ା ଜିଲ୍ଲାର ଆଦିତ୍ୟ ନାରାୟଣ ସାହୁ (ସମ୍ବାଦ ), ଏବଂ ୱେବ୍ ସାମ୍ବାଦିକ ଅମଜାଦ ବାଦଶାହ (NFTV) ଙ୍କ ଜୀବନ ନେଇ ଯାଇଥିଲା କୋରୋନା କିନ୍ତୁ ସେମାନେ ନିଜ କର୍ତ୍ୟବକୁ ଡର ଛାଡ଼ି ନଥିଲେ କୋରୋନା ଭୟରେ। ତେବେ ଅକାଳ ରେ ଚାଲିଯାଇଥିବା ସେହି ଦୁଇ ଝାରସୁଗୁଡ଼ା ଜିଲ୍ଲାର ସାମ୍ବାଦିକଙ୍କୁ ରାଜ୍ୟ ସରକାର ଙ୍କ ତରଫରୁ ମିଳିଛି ଅନୁକମ୍ପା ରାଶି। ସ୍ବର୍ଗତ ସାହୁ ଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟଶ୍ରୀ ସାହୁ ଏବଂ ସ୍ବର୍ଗତ ଅମଜାଦ ବାଦଶାହା ଙ୍କ ଧର୍ମପତ୍ନୀ ଶ୍ରୀମତୀ ସୋଫିଆ ନାଜ୍ ଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ନିଜ କାର୍ଯ୍ୟାଳୟ ରେ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ଝାରସୁଗୁଡ଼ା ଜିଲ୍ଲା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
